Latest Odisha News

BREAKING NEWS

[ଭିଡ଼ିଓ]କମ୍ପ୍ୟୁଟର ବିଜ୍ଞାନ ପ୍ରତିଯୋଗିତାରେ ଛାତ୍ରୀଙ୍କ କମାଲ, ସର୍ବଭାରତୀୟ ସ୍ତରରେ ସମ୍ମାନୀତ

ଯାଜପୁର:ସର୍ବଭାରତୀୟ କମ୍ପ୍ୟୁଟର ବିଜ୍ଞାନ ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରୀଙ୍କ କମାଲ । ଯାଜପୁରର ସିଧେଶ୍ୱର ଗ୍ରାମର ସୁଚିସ୍ମିତା ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଏକ ପ୍ରତିଯୋଗିତାରେ ସୁଚିସ୍ମିତା ଶାରୀରିକ ବ୍ୟାୟାମ ପାଇଁ ଏକ ସଫ୍ଟୱେୟାର ପ୍ରଦର୍ଶିତ କରିଥିଲେ । ଏହି ସଫ୍ଟୱେୟାର ମାଧ୍ୟମରେ ଛାତ୍ର ଛାତ୍ରୀ କିଭଳି ନିୟମିତ ବ୍ୟାୟାମ କରି ସୁସ୍ଥ ରହିପାରିବେ ସେ ସମ୍ପର୍କରେ ନିଜର ମଡେଲ ଉପସ୍ଥାପନ କରିଥିଲେ । ଏହି ମଡେଲଟି ଓଡ଼ିଶାର ଏକମାତ୍ର ଏବଂ ଦେଶର ଶ୍ରେଷ୍ଠ ୨୦ଟି ମଡେଲ ମଧ୍ୟରେ ସ୍ଥାନ ପାଇଥିଲା ।

ଭାରତ ସରକାରଙ୍କ ଅଧୀନରେ ଥିବା Responsible A1 For Youth ସଂସ୍ଥା ମାଧ୍ୟମରେ ତାଲିମ ନେଇ ଏହି ସଫ୍ଟୱେର ତିଆରି କରିବାକୁ ସକ୍ଷମ ହୋଇଛନ୍ତି । ନୂଆଦିଲ୍ଲୀର ଇଣ୍ଡିଆନ ହାବିଟାଟ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁଚିସ୍ମିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଛାତ୍ରୀ ଜଣଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି ।

Leave A Reply

Your email address will not be published.