Latest Odisha News

BREAKING NEWS

ମୟଙ୍କଙ୍କ ଚମତ୍କାର ଶତକ: ଭାରତ ୨୨୧/୪

ମୁମ୍ବାଇ: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ମୟଙ୍କ ଅଗ୍ରୱାଲଙ୍କ ଚମତ୍କାର ଶତକ ସହାୟତାରେ ୪ ଉଇକେଟ ବିନିମୟରେ ୨୨୧ ରନ ସଂଗ୍ରହ କରିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ମୟଙ୍କ ୧୨୦ ଓ ରିଦ୍ଧିମାନ ଶାହ ୨୫ ରନ କରି ଅପରାଜିତ ରହିଥିଲେ । ଟସ୍ ଜିତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରଥମ ୱିକେଟରେ ଶୁଭମନ ଗିଲ ଓ ମୟଙ୍କ ୮୦ ରନ ଯୋଗ କରିଥିଲେ । ଶୁଭମନ ୪୪ ରନ କରି ଆଉଟ ହୋଇଥିଲେ ।

ଏହା ପରେ ନାଟକୀୟ ଢ଼ଙ୍ଗରେ ଚେତେଶ୍ୱର ପୂଜାରା ଓ ବିରାଟ କୋହଲି ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । କୋହଲିଙ୍କ ଆଉଟ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୟଙ୍କ ଗୋଟିଏ ପଟେ କ୍ରିଜରେ ରହି ବ୍ୟକ୍ତିଗତ ଓ ଦଳର ରନ ବଢ଼ାଇବାରେ ଲାଗିଥିଲେ । ଶ୍ରେୟାଶ ଆୟାର ୧୮ ରନ କରି ଆଉଟ ହୋଇଥିଲେ । ଏଜାଜ ପଟେଲ ନ୍ୟୁଜିଲାଣ୍ଡ ପକ୍ଷରୁ ୪ଟି ଯାକ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.