Latest Odisha News

ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା: ଅଭିଯୁକ୍ତ ଘର ନିକଟରୁ ନବଜାତ କନ୍ୟା ଉଦ୍ଧାର

ଯାଜପୁର: ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା। ଚାଞ୍ଚଲ୍ୟ କରୁଛି ନବଜାତ ଶିଶୁକନ୍ୟାର ଜନ୍ମ। ୭୦ ବର୍ଷୀୟ ଅଭିଯୁକ୍ତ ଘର ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା। ସ୍ଥାନୀୟ ଲୋକ ଓ ପୋଲିସ ସହଯୋଗରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି।

ନବଜାତକୁ ଉଦ୍ଧାର ପରେ ଯାଜପୁର ରୋଡ୍‌ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସପ୍ତାହେ ମଧ୍ୟରେ ଶିଶୁର ଜନ୍ମ ହୋଇଥିବା ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ଶିଶୁକନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଶିଶୁ କନ୍ୟାଟି ଉକ୍ତ ନାବାଳିକାଙ୍କର ନା ଷଡ଼ଯନ୍ତ୍ର ପାଇଁ ଏପରି କରାଯାଉଛି।

ସୂଚନା ଅନୁସାରେ କିଛିଦିନ ତଳେ ଯାଜପୁର ଜିଲ୍ଲା ବ୍ୟାସନଗରର ୭୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ନାବାଳିକା। ନାବାଳିକାକୁ ଗର୍ଭପାତ କରାଯାଇଥିବା ୨ ଦିନ ତଳେ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପାଇଁ ଗତକାଲି ବୃଦ୍ଧଙ୍କୁ ଗିରଫ କରିଥିଲା ଯାଜପୁର ରୋଡ୍ ଥାନା ପୋଲିସ। ଗର୍ଭପାତ ଅଭିଯୋଗ ପାଇଁ ଘରୋଇ ହସ୍ପିଟାଲର ଏମ୍‌ଡି ମଧ୍ୟ ଗିରଫ ହୋଇଥିଲେ।

Comments are closed.