ଭୁବନେଶ୍ୱର: ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ବିବାଦ ଥମିବାର ନାଁ ନେଉନାହିଁ । ଏହାକୁ ନେଇ ରାଜ୍ୟ ରାଜନୀତି ଏକପ୍ରକା ଉଷ୍ଣ ହୋଇଉଠିଛି । ଏଭଳି ସ୍ଥିତିରେ ସ୍ମିତାରାଣୀଙ୍କ ପରିବାର ଲୋକେ ନିଜ ପୈତୃକ ବାସଗୃହ ଛାଡ଼ି ଅନ୍ୟତ୍ର ଚାଲିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ସ୍ମିତାରାଣୀଙ୍କ ପିତା ସଦାନନ୍ଦ ବିଶ୍ୱାଳ କହିଛନ୍ତି , “ ସ୍ମିତାରାଣୀଙ୍କ ମୃତ୍ୟୁ ପରଠାରୁ ତାଙ୍କୁ ଓ ତାଙ୍କ ପରିବାରକୁ କ୍ରମାଗତ ଭାବେ ହତ୍ୟା ଧମକ ଦିଆଯାଉଛି । ହତ୍ୟା ଅଭିଯୁକ୍ତ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି । ଏପରିକି ଆମକୁ ସୁରକ୍ଷା ନଦିଆଗଲା ଆମେ ଘର ଛାଡି ଅନ୍ୟତ୍ର ଚାଲିଯିବୁ ବୋଲି ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ।
ଆହୁରି ମଧ୍ୟ ମୁଁ ଏହି ବିବାଦ ଭିତରେ ଫସିବାକୁ ଚାହୁଁନାହିଁ । ମୋର ଦୁଇ ପୁଅ ଭାରତୀୟ ନୌସେନାର କାର୍ୟ୍ୟରତ ଅଛନ୍ତି। ସେମାନେ ମୁମ୍ବାଇ ଓ ଦିଲ୍ଲୀରେ ରୁହନ୍ତି । ମୁଁ ଓଡ଼ିଶା ଛାଡ଼ି ସେମାନଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।
ରାଜ୍ୟରେ ରହିଲେ, ମୋର ସୁରକ୍ଷା ଦାୟିତ୍ୱ କିଏ ନେବ ଓ ଅନ୍ୟମାନେ କେତେଦିନ ମୋତେ ମୋ ସପକ୍ଷରେ ଠିଆ ହୋଇ ରହିବେ ବୋଲି ସେ ଗଣମାଧ୍ୟମକୁ ପାଲଟା ପ୍ରଶ୍ନ କରିଛନ୍ତି ।
Comments are closed.