Latest Odisha News

ଭେଣ୍ଡିଂ ଜୋନ ବ୍ୟବସ୍ଥା ନଥିବାରୁ ବଢୁଛି ଅସନ୍ତୋଷ

ଯାଜପୁର: ଯାଜପୁର ସହରରେ ନାହିଁ କୌଣସି ଭେଣ୍ଡିଂ ଜୋନ ।  ରାସ୍ତା ଉପରେ ଚାଲିଛି ପରିବା ହାଟ । ଆଉ ପୋଲ ଉପରେ ଚାଲିଛି ଆମିଷ ବ୍ୟବସାୟ । ଏ ହେଉଛି ଜିଲାପାଳ ଅପିଂସ ସମ୍ମୁଖର ଦୃଶ୍ୟ । ଭେଣ୍ଡି ଜୋନ ଯୋଗାଇବାର ଦାୟିତ୍ୱ ଉଭୟ ପୌରପାଳିକା ଏବଂ ନିୟନ୍ତ୍ରିତ ବଜାର କମିଟିର ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଭେଣ୍ଡିଂ ଜୋନ ଯୋଗାଇ ଦିଆଯାଇନାହିଁ । ପଂଳରେ ଖରାବର୍ଷାରେ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ । ଖାଉଟି ମଧ୍ୟ ନାନା ହିନସ୍ଥାରେ ସାମଗ୍ରୀ କିଣୁଛନ୍ତି । ଅବଶ୍ୟ ଆର ଏମ ସି ଏଥିପାଇଁ ଖୁଚୁରା ବ୍ୟବସାୟୀଙ୍କ ଠାରୁ ଟିକସ ଆଦାୟ କରୁଛି । କ୍ଷୁଦ୍ର ଚାଷୀ ଓ ବ୍ୟବସାୟିଙ୍କ ଲାଗି ଭେଣ୍ଡିଂ ଜୋନ ବ୍ୟବସ୍ଥା ହୋଇନଥିବାରୁ ବଢୁଛି ଅସନ୍ତୋଷ ।

ଭେଣ୍ଡିଂ ଜୋନ ପାଇଁ ଉଭୟ ଯାଜପୁର ପୌରପାଳିକା ଏବଂ ନିୟନ୍ତ୍ରିତ ବଜାର କମିଟି ବ୍ୟବସ୍ଥା କରିବା କଥା । କିନ୍ତୁ ଭେଣ୍ଡିଂ ଜୋନ ନଥିବାରୁ ଉଭୟ ଖାଉଟି ଓ ବ୍ୟବସାୟୀ ନାନା ସମସ୍ୟା ଭୋଗୁଛନ୍ତି । ସେପଟେ ଖୁବ ଶିଘ୍ର ଯାଜପୁରରେ ୩ଟି ଭେଣ୍ଡିଂ ଜୋନ ର୍ନିମାଣ ହେବ ବୋଲି ଜିଲାପାଳ ପ୍ରତିଶୃତି ଦେଇଛନ୍ତି ।

ପାଂଭିଓ ମାର୍କେଟକୁ ଆସୁଥିବା ଉଭୟ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ଗାଡି ପାର୍କିଂର ବ୍ୟବସ୍ଥା ନାହିଁ । ସହରରେ ଭେଣ୍ଡିଂ ଜୋନର ଆବଶ୍ୟକତା ରହିଥିଲେ ମଧ୍ୟ ପ୍ରଶାସନ କେବେ ଏହାର କାମ ଆରମ୍ଭ କରିବା ଓ ସହରବାସୀ କେବେ ଏହାର ସୁପଂଳ ପାଇବେ ତାକୁ ହିଁ ଅପେକ୍ଷା ।

 

 

Comments are closed.