Latest Odisha News

BREAKING NEWS

ସମସ୍ୟାରେ ଗାଁ…

ମହାସିନ୍ଧୁ: ଗାଁରେ ଅନେକ ସମସ୍ୟା । ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକେ । ଏହେଉଛି ଦେବଗଡ଼ ଜିଲ୍ଲାର ବଣପାହାଡ ଘେରା ମହାସିନ୍ଧୁ ଗାଁ । ପାହାଡ ତଳେ ବସବାସ କରନ୍ତି ବହୁ ଆଦିବାସୀ ପରିବାର । ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ଯିବାଆସିବା ପାଇଁ ଭଲ ରାସ୍ତାଟିଏ ବି ନାହିଁ । ପିଇବାପାଣି ମୁନ୍ଦାଏ ପାଇଁ ପୋଖରୀ ଗାଡ଼ିଆ ଉପରେ ନିର୍ଭର କରୁଛନ୍ତି । ଏନେଇ ବିଭିନ୍ନ ରୋଗର ଶୀକାର ହେଉଛନ୍ତି । ସରକାରଙ୍କ ସମସ୍ତ ଯୋଜାନ ଏହି ଗାଁ ଲୋକଙ୍କ ପାଇଁ ଯେମିତି ଅପହଞ୍ଚ ପାଲଟିଛି । ଗାଁ ସମସ୍ୟା ବିଷୟରେ ଓ୍ବାଡମେମ୍ବରଠାରୁ ଆରମ୍ଭ କରି ସରପଞ୍ଚ ବିଡ଼ିଓ ଜିଲ୍ଲାପାଳ ଅଫିସକୁ ଯାଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏମାନଙ୍କ କଥା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି । ଏନେଇ ଖୁବଶିଘ୍ର ଗୁରୁତ୍ୱ ଦିଆଯାଇ ପାରିଲେ ଗାଁର ଲୋକେ ଉପକୃତ ହୋଇପାରିବେ ।

 

Leave A Reply

Your email address will not be published.