ଯାଜପୁର: ଯାଜପୁର ଜିଲ୍ଲା ପୋଲିସର ବଡ ସଫଳତା। ମୂର୍ତ୍ତି ଚୋରୀ ରାକେଟର ପର୍ଦ୍ଦାଫାସ। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣ ମୂର୍ତ୍ତିଚୋରଙ୍କୁ ଗିରଫ୍ କରିଛି ଯାଜପୁର ପୁଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ବିନିତ୍ କୁମାର ଅଗ୍ରୱାଲ।
ଗିରଫ ଅପରାଧିଙ୍କ ଠାରୁ ବିଭିନ୍ନ ଦେବାଦବୀଙ୍କର ୩୧ ମୂର୍ତ୍ତୀ ଉଦ୍ଧାର କରିବା ସହ ମୋବାଇଲ୍ ଫୋନ୍, ବାଇକ, ବିଭିନ୍ନ ଯନ୍ତ୍ରାଂଶ ବନ୍ଧୁକ ଓ ଗୁଳିଗୋଳା ଆଦି ଜବତ ହୋଇଛି। ଗିରଫ୍ ହୋଇଥିବା ଚୋରମାନଙ୍କ ମଧ୍ୟରୁ ଅରବିନ୍ଦ କୁମାର ସିଂ, ବାବର ଜାଭେଦ୍, ବିଜୟ ଶୁକ୍ଳା ଓ ଶଶିଧର ନାୟକଙ୍କ ନାଁ ଜଣାପଡ଼ିଛି।
ଏହି ଚୋରମାନେ ଏମାନେ ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ୍ ମୂର୍ତ୍ତି ଓ ଅଳଙ୍କାର ଆଦି ଚୋରି କରୁଥିଲେ। ଏହି ରାକେଟ୍ ନିକଟରେ ଯାଜପୁର ଟାଉନ୍ ଥାନା, ଜେନାପୁର ଓ ଧର୍ମଶାଳା ଥାନା ଅଞ୍ଚଳରୁ ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ୍ ଧାତବ ମୂର୍ତ୍ତି ଅଳଙ୍କାର ଆଦି ଚୋରି କରିଥିବା ଏସ୍ପି ସୂଚନା ଦେଇଛନ୍ତି। ଏହି ରାକେଟର ଚେର ଯାଜପୁରରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ବିନିତ୍ କୁମାର ଅଗ୍ରୱାଲ।
Comments are closed.