Latest Odisha News

BREAKING NEWS

ଗୋପାଳକୁ ‘NIMHANS’ ନେବା ନେଇ କ୍ରାଇମବ୍ରାଞ୍ଚର ଆବେଦନ ପୁଣି ଖାରଜ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ନିମହାନ୍ସ ନେବା ଲାଗି କ୍ରାଇମବ୍ରାଞ୍ଚ ଆବେଦନ ଖାରଜ ହୋଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦଲାତ ଗୋପାଳର ଅଧିକ ମାନସିକ ସ୍ଥିତି ଯାଞ୍ଚ ଲାଗି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି ।

ଗତ ମାସରେ ତଳ କୋର୍ଟରେ ସମାନ ଆବେଦନ ଖାରଜ ପରେ କ୍ରାଇମବ୍ରାଞ୍ଚ ଅଡିଜେ କୋର୍ଟରେ ଆବେଦନ କରିଥିଲା । ପୂର୍ବରୁ କ୍ରାଇମବ୍ରାଞ୍ଚ ଗୋପାଳକୁ ୨ ସପ୍ତାହ ଧରି ରିମାଣ୍ଡରେ ନେଇଥିବାରୁ କୋର୍ଟ ଆବେଦନକୁ ଖାରଜ କରିଥିଲେ । ନୂତନ ଆବେଦନରେ ଜେଲ୍ କର୍ତ୍ତୃପକ୍ଷ ଗୋପାଳକୁ ବେଙ୍ଗଳୁରୁ ନେବା ଲାଗି ଆବେଦନ କରିଥିଲା ତଦନ୍ତକାରୀ ସଂସ୍ଥା ।

ପୂର୍ବରୁ ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିଥିବା ୪ ଜଣ ମାନସିକ ରୋଗ ବିଶେଷଜ୍ଞ ଦଳ ମଧ୍ୟ ସ୍ୱତନ୍ତ୍ର ଅନୁମତି ମାଗିଥିଲେ । ଜାନୁଆରୀ ୨୯ ତାରିଖରେ ଏଏସ୍ଆଇ ଗୋପାଳ ଦାସ ବ୍ରଜରାଜନଗରରେ କାରରୁ ଓହ୍ଲାଇବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଅତି ନିକଟରୁ ଗୁଳି କରିଥିଲା । ନବଙ୍କୁ ହତ୍ୟା ପରେ ସରକାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିବା ବେଳେ ଗୋପାଳ କାହିଁକି ଗୁଳି କଲା ତାହା ଏବେ ବି ରହସ୍ୟ ହୋଇ ରହିଛି ।

Leave A Reply

Your email address will not be published.