Latest Odisha News

[ଦେଖନ୍ତୁ ଭିଡିଓ] ସହାୟତା ଅପକ୍ଷୋରେ କିଡନୀ ରୋଗରେ ଆକ୍ରାନ୍ତଙ୍କ ପରିବାର

ମାଆକୁ ଭଲ କରିବାକୁ ଯାଇ ପୁଅ ହେଲେ ଗୁରୁତର ଅସୁସ୍ଥ । ଯେଉଁ ମାର କିଡନି ରୋଗକୁ ଭଲ କରିବା ପାଇଁ ପୁଅ ଦାଦନ ଖଟିବାକୁ ଯାଇଥିଲେ ସେହି ପୁଅ ଏବେ କିଡନି ରୋଗରେ ପିଡିତ ଅଛନ୍ତି । ଏ ହେଉଛନ୍ତି ବିଂଝାରପୁର ପ୍ରିତିପୁର ପାତ୍ରସାହିର ନବଘନ ପାତ୍ରଙ୍କ ପରିବାର । ନବଘନ ଦିନ ମଜୁରିଆ ଭାବେ କାମ କରି ପରିବାର ଭରଣ ପୋଷଣ କରିଥାନ୍ତି । କିନ୍ତୁ ନବଘନଙ୍କ ପତ୍ନି ମଲ୍ଲୀ କିଛି ବର୍ଷ ହେଲା ଗୁରୁତର କିଡନି ରୋଗରେ ପିଡିତ ଥିଲେ । ତାଙ୍କ ଚିକିତ୍ସା ପାଇଁ ପୁଅ କାହ୍ନୁ ତାମିଲନାଡୁର ଏକ ସୁତା କଳରେ କାମ କରୁଥିଲେ । ଅଧିକ ଟଙ୍କା ରୋଜଗାର କରି ନିଜ ମାଆକୁ ଭଲ କରିବା ପାଇଁ ଯୋଜନା କରୁଥିବା ବେଳେ ସେ ମଧ୍ୟ କିଡନି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ ପରିବାର ସଦସ୍ୟ ମାନେ ସଂପୁର୍ଣ୍ଣ ଭାଂଗି ପଡିଛନ୍ତି ।

 

ଯେଉଁଠି ପ୍ରତିଦିନ ଦି ମୁଠା ଦି ଓଳି ଖାଇବା ଯୋଗାଡ କରିବା ଅସମ୍ଭବ ହୋଇପଡେ ସେଠି ଦୁଇ ଦୁଇ ଜଣଙ୍କର କିଡିନି ଚିକିତ୍ସା କରିବା କଣ ସମ୍ଭବ ହେବ? ଚିକିତ୍ସା ପାଇଁ କେଉଁଠୁ ଆସିବ ଏତେ ଟଙ୍କା? କିଏ ହେବ ଏହି ପରିବାର ପାଇଁ ଆଶା ଭରଷା । ସାହି ପଡିଶା ଓ ସଂପର୍କିୟ ମାନଙ୍କ ସହଯୋଗରେ ଉଭୟଙ୍କ ଯଥେକଷ୍ଟେ ଚିକିତ୍ସା ଚାଲୁଛି । କିନ୍ତୁ ଉଭୟଙ୍କ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।

ଅସହାୟ ଏହି ପରିବାରକୁ ସାହାଯ୍ୟ ସହଯୋଗ କରାଯାଇପାରିଲେ କିଛି ମୂଲ୍ୟବାନ ଜୀବନ ବଞ୍ଚିଯାଇପାରନ୍ତା ।
ତେବେ ଏହି ଅସହାୟ ପରିବାରକୁ କିଛି ସାହାଯ୍ୟ ସହଯୋଗ କରିବାକୁ ଚାହୁଥିଲେ ଏହି ଆକାଉଣ୍ଟ ମାଧ୍ୟମରେ ସହଯୋଗ କରିପାରିବେ

rame>

 

Leave A Reply

Your email address will not be published.