Latest Odisha News

BREAKING NEWS

ଇରାନରେ ହୋଇଥିବା ବୈଠକକୁ ଯାଇଥିଲେ ପୁତିନଙ୍କ ଡୁପ୍ଲିକେଟ ?

କୀଭ: ଇରାନରେ ଗତ ସପ୍ତାହରେ ହୋଇଥିବା ଏକ ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ବଦଳରେ ତାଙ୍କ ଡୁପ୍ଲିକେଟ ଯୋଗ ଦେଇଥିଲେ ବୋଲି ୟୁକ୍ରେନର ଗୋଇନ୍ଦା ସଂସ୍ଥା ଚାଂଚଲ୍ୟକର ବୟାନ ଦେଇଛି । ଫଳରେ ସାରା ବିଶ୍ୱରେ ଏ ନେଇ ଆଲୋଚନା ଜୋର ଧରିଛି । ୟୁକ୍ରେନର ଇଂଟେଲିଜେନ୍ସ ସଂସ୍ଥାର ମୂଖ୍ୟ ମେଜର ଜେନେରାଲ କାୟରୋଲ ବୁଡାନୋଭାଙ୍କ ମତରେ ଇରାନ ଓ ତୁର୍କୀକୁ ପୁତିନ ନିଜେ ଯାଇ ନ ଥିଲେ । ତାଙ୍କ ହାବ ଭାବରୁ ଏହା ଅନୁମାନ କରାଯାଉଛି । ପ୍ରେସିଡେନ୍ସିଆଲ ବିମାନରୁ ଓହ୍ଳାଇବା ବେଳେ ସେ ସାମାନ୍ୟଠାରୁ ଅଧିକ ସତର୍କ ଥିବା ଅନୁମାନ କରାଯାଉଥିଲା । ଡେଲିଷ୍ଟାରରେ ଏହି ଖବର ପ୍ରକାଶ ପାଇବା ପରେ ସମସ୍ତଙ୍କ ଧ୍ୟାନ ଉକ୍ତ ବୈଠକରେ ପୁତିନଙ୍କ ପ୍ରତି ଯାଇଛି । ଜ୍ୟାକେଟ କାଢ଼ିବା ଏବଂ ଗାଡିରେ ବସିବା ଶୈଳୀ ପୁତିନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପୁତିନଙ୍କ ଏହା ଦ୍ୱିତୀୟ ବିଦେଶ ଯାତ୍ରା ଥିଲା ।

BjdElectrycity

ସେହିପରି ତୁର୍କୀ ରାଷ୍ଟ୍ରପତି ରିକେପ ଟାଇପି ଏର୍ଦାଗନଙ୍କୁ ଅପେକ୍ଷା କରିବା ବେଳେ ପୁତିନ ବିଚଳିତ ଥିବା ଜଣା ପଡୁଥିଲା । ଯାହା କି ପ୍ରାୟତଃ ଦେଖିବାକ ମିଳେନି । ପୂର୍ବରୁ ପୁତିନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ଡୁପ୍ଲିକେଟକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଇଛି । ଏପରି କି ପୁତିନଙ୍କ ମୃତ୍ୟୁ ହୋଇସାରିଛି ବୋଲି ମଧ୍ୟ କେତେକ ୱେବସାଇଟ ଖବର ଦେଖାଇଛନ୍ତି । ତେବେ ଏହା ସତ୍ୟ କି ମିଥ୍ୟା ତାହା ଏବେ ବି ସ୍ପଷ୍ଟ ହୋଇ ନାହିଁ । ସତ୍ୟ ପାଇଁ ସମୟକୁ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.