Latest Odisha News

BREAKING NEWS

ଟେଷ୍ଟରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବାରେ ଆଣ୍ଡରସନଙ୍କ ବିଶ୍ୱରେକର୍ଡ

ଲଣ୍ଡନ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବା ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଆଣ୍ଡରସନ ୧୦୫ ଥର ବ୍ୟାଟ୍ସମ୍ୟାନଙ୍କ ଶୂନରେ ଆଉଟ କରି ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରା(୧୦୪)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶେନ ୱାର୍ଣ୍ଣେ ୧୦୨, ମୁଥୟା ମୁରଲୀଧରନ ୧୦୨ ଓ ଡେଲ ଷ୍ଟେଇନ ୮୭ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ନୀଲ ୱାଗନରଙ୍କୁ ଆଉଟ କରିବା ନିଜ ନାମରେ ଏହି ରେକର୍ଡ କରିଥିଲେ ।

ଏହା ବ୍ୟତୀତ ଇଂଲଣ୍ଡର ପ୍ରଥମ ଖେଳାଳି ଭାବେ ୧୬୨ ଟେଷ୍ଟ ଖେଳିବା ଖେଳାଳି ପାଲଟିଛନ୍ତି । ସେ ଆଲିଷ୍ଟର କୁକଙ୍କ ରେକର୍ଡ ଭାଙ୍ଗିଛନ୍ତି । ପେସ ବୋଲର ଭାବେ ସେ ସର୍ବାଧିକ ୬୧୭ ଉଇକେଟ ହାସଲ କରିଛନ୍ତି । ତେବେ ସର୍ବାଧିକ ଉଇକେଟ ହାସଲକାରୀଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି । ପ୍ରଥମ ୩ଟି ସ୍ଥାନରେ ୩ ସ୍ପିନର ମୁରଲୀଧରନ (୮୦୦), ଶେନ ୱାର୍ଣ୍ଣ (୭୦୮ ) ଓ ଅନୀଲ କୁମ୍ବଲେ (୬୧୯) ରହିଛନ୍ତି ।

Leave A Reply

Your email address will not be published.