Latest Odisha News

BREAKING NEWS

ଭାରତର ଜାତୀୟ ପତାକାକୁ ଅବମାନନା କଲେ ଆଣ୍ଡରସନ, କ୍ଷମା ମାଗିବାକୁ ଦାବୀ

ଲଣ୍ଡନ: ଇଂଲଣ୍ଡର ୩୮ ବର୍ଷୀୟ ପେସ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟ କ୍ରିକେଟରେ ୬୦୦ ଉଇକେଟ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ତେବେ ଏହି କୀର୍ତିମାନ ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏକ ଗ୍ରାଫିକ୍ସ ଜାରି କରାଯାଇଥିଲା । ଯେଉଁଥିରେ ବିଭିନ୍ନ ଦେଶର ପତାକା ଉପରେ ଆଣ୍ଡରସନ ଛିଡା ହୋଇଥିଲେ । ଏଥିରେ ଭାରତର ଜାତୀୟ ପତାକା ମଧ୍ୟ ଥିଲା । ଏହି ଫଟୋ ଦେଖିବା ପରେ ସୋସିଆଲ ମିଡିଆରେ ଭାରତୀୟମାନେ ଆଣ୍ଡରସନଙ୍କୁ ଟ୍ରୋଲ କରିଥିଲେ ଏବଂ କ୍ଷମା ମାଗିବାକୁ କହିଥିଲେ ।

ବିଭିନ୍ନ ଦେଶର ଅନ୍ତର୍ଜାତୀୟ କ୍ରିକେଟରମାନେ ମଧ୍ୟ ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି । ତୁମେ କିଛି ସଫଳତା ହାସଲ କରିବା ମାନେ ନୁହେଁ ଯାହା ଚାହିଁବ ତାହା କରିବ ବୋଲି ଲାଲଚାନ୍ଦ ରାଜପୁତ କହିଛନ୍ତି । ଖୁବ୍ ଶୀଘ୍ର ଇଂଲଣ୍ଡ ବୋର୍ଡ ଓ ଆଣ୍ଡରସନ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।

Comments are closed.