Latest Odisha News

ଆସୁଛି ‘ଅବତାର-୨’, ଶେଷ ହେଲା ସୁଟିଂ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସୁଛି ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ଅବତାର’ର ସିକ୍ୱେଲ ପାର୍ଟ । ନିକଟରେ ‘ଅବତାର-୨’ର ସୁଟିଂ ଶେଷ ହୋଇଛି । ଏନେଇ ନିର୍ଦ୍ଦେଶ ଜେମ୍ସ କ୍ୟାମରୁନ୍ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ‘ଅବତାର-୩’ର ମଧ୍ୟ ସୁଟିଂ ପ୍ରାୟ ୯୫ ପ୍ରତିଶତ ସରିଯାଇଥିବା ସେ କିହଛନ୍ତି । ୨୦୨୨ ଡିସେମ୍ବର ୧୬ରେ ‘ଅବତାର-୨’ ରିଲିଜ ହେବ ।

‘ଅବତାର’ ହେଉଛି ହଲିଉଡ ପ୍ରାଂଚାଇଜର ସବୁଠାରୁ ଦାମୀ ଫିଲ୍ମ । ଏହି ଫିଲ୍ମ ପାଇଁ ପ୍ରାୟ ୭୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୦ ବର୍ଷ ତଳେ ରିଲିଜ ହୋଇଥିବା ଫିଲ୍ମର ପ୍ରଥମ ପାର୍ଟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏବେ ଏହି ଫିଲ୍ମର ଆସୁଛି ସିକ୍ୱେଲ ପାର୍ଟ, ଯାହାକୁ ଦର୍ଶକେ ବହୁ ଦିନ ଧରି ଅପେକ୍ଷା କରି ବସିଛନ୍ତି ।

Leave A Reply

Your email address will not be published.