Latest Odisha News

BREAKING NEWS

‘ଜରୁରତ’ରେ ଏକାଠି ନଜର ଆସିବେ ବାପା-ଝିଅ

ମୁମ୍ବାଇ: ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ବଲିଉଡର ସଟ୍‌ଗନ୍ ଶତ୍ରୁଘ୍ନ ସିହ୍ନା ଓ ସୋନାକ୍ଷୀ । ମ୍ୟୁଜିକ ଭିଡିଓ ଆଲବମ ‘ଜରୁରତ’ରେ ବାପା-ଝିଅଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଗୀତରେ ଶତ୍ରୁଘ୍ନ ସିହ୍ନାଙ୍କ ଦମଦାର ଭଏସ୍ ମଧ୍ୟ ଶୁଣିବାକୁ ମିଳିବ ।

ଏହି ଗୀତରେ ଡଃ.କିରନ ବେଦୀ, ପଦ୍ମ ବିଭୂଷଣ ଡଃ.ସୋନଲ ମାନସିଂହ, ଲକ୍ଷ୍ମୀ ଅଗ୍ରୱାଲ, ଲକ୍ଷ୍ମୀ ନାରାୟଣ ତ୍ରିପାଠି, ଏନି .ଚିୟୋଙ୍ଗ ଡ୍ରୋଲମାଙ୍କ ଭଳି ଅନେକ ନାମିଦାମୀ ଚେହାରାଙ୍କୁ ଦେଖିବାକୁ ମିଳିବ । ଶ୍ରବଣ ପିଣ୍ଡରସଙ୍କ ଦ୍ୱାରା ଲିଖିତ ଏହି ପ୍ରେରଣାଦାୟୀ ଗୀତକୁ ସିମରନ୍ ଚୌଧୁରୀ, ଅଜୟ କେସୱାନି, ଶ୍ରୁତି ଅନୱାଇଂଡ , ର‌୍ୟାପର ମୁଫାଡ ଓ ଭାୟଲିନାଙ୍କ ଭଳି ପ୍ରତିଷ୍ଠିତ କଳାକର ଭଏସ୍ ଦେଇଛନ୍ତି । ସେପେଟେ ଏହି ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି ବରୁଣ ପ୍ରଭୁଦୟାଲ ।

କରୋନା ମହାମାରୀ ସମୟରେ କିଭଳି ସକରାତ୍ମକ ଚିନ୍ତାଧାରା ଏବଂ ଏହି କଠିନ ପରିସ୍ଥିତରେ କିଭଳି ମୁକାବିଲା କରିହେବ ତା’ଉପରେ ଏହି ଗୀତ ଆଧାରିତ । ଏହାକ ପ୍ରେରଣାଦାୟୀ ଗୀତ । ଅକ୍ଟୋବର ୧ ତାରିଖରେ ଗୀତଟି ରିଲିଜ ହେବ ।

Leave A Reply

Your email address will not be published.