Latest Odisha News

BREAKING NEWS

ହୁତୁ ହୁତୁ ହୋଇ ଜଳିଗଲା ଜାମିଆ ମସଜିଦ

ଶ୍ରୀନଗର: ବୁଧବାର ସନ୍ଧ୍ୟାରେ ଲଦାଖର କାରଗିଲ ଜିଲ୍ଲାରରେ ଥିବା ଜାମିଆ ମସଜିଦରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ମସଜିଦଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପରେ ସେନା, ପୋଲିସ ଏବଂ ଅଗ୍ନିଶମ ଏବଂ ଜରୁରୀକାଳୀନ ବିଭାଗ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା।

ମସଜିଦଟି ବହୁତ କ୍ଷତିଗ୍ରସ୍ତ ହୋଇଛି । ସୂଚନା ମିଳିଛି ଯେ ନିଆଁ ଲାଗିବା ପରେ ସମଗ୍ର ମସଜିଦକୁ ଶୀଘ୍ର ବ୍ୟାପିଯାଇଥିଲା। ଏହି ଘଟଣାର କିଛି ସମୟ ପରେ ପୋଲିସ, ସ୍ଥାନୀୟ ଲୋକ ଏବଂ ସେନା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ କାରଗିଲ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଅଗ୍ନିବାହୀ ଟିମ୍ ଆସିଥିଲେ। ଲଦାଖ-କାରଗିଲର ଅଗ୍ନିଶମ ଅଧିକାରୀ ଫିରୋଜ ଖାନ ଏହି ଅଗ୍ନିକାଣ୍ଡରେ ଦୁଃଖ ପ୍ରକାଶ କରିଛନ୍ତି।

ମସଜିଦରେ ଅଗ୍ନିକାଣ୍ଡ ହେବାର ଭିଜୁଆଲ ଏବେ ଭାଇରାଲ ହୋଇଛି। ଯେଉଁଥିରେ ନିଆଁ ହୁତୁ ହୁତୁ ହୋଇ ମସଜିଦରେ ଲାଗିଥିବା ଦେଖିବାକୁ ମିଳିଛି।ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Comments are closed.