Latest Odisha News

BREAKING NEWS

କାହା ସୁପାରିସରେ ହୋଇଥିଲା ବିମୁଦ୍ରୀକରଣ ? ସୁପ୍ରିମକୋର୍ଟରେ ସତ୍ୟପାଠ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୋଟବନ୍ଦୀ- କେତେ ଲାଭ, କେତେ କ୍ଷତି ? ୨୦୧୬ରେ ହୋଇଥିବା ରାତି ଅଧିଆ ବିମୁଦ୍ରୀକରଣକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଯେଉଁଥିରେ ସରକାର କହିଛନ୍ତି, ଜାଲ୍ ନୋଟ୍ ଓ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ରୋକିବା ଲାଗି ନୋଟବନ୍ଦୀ ହେଉଛି ପ୍ରଭାବଶାଳୀ ଉପାୟ ।

ଏହାଛଡ଼ା କଳାଟଙ୍କା, ଟିକସ ଚୋରି ଭଳି ଆର୍ଥିକ ଅପରାଧର ମୁକାବିଲା ଲାଗି ବିମୁଦ୍ରୀକରଣ ବା ନୋଟବନ୍ଦୀ ଏକ ପ୍ରଭାବୀ ଉପାୟ । ସମସ୍ୟାର ଅଧ୍ୟୟନ ପରେ କେନ୍ଦ୍ର ସରକାର ପ୍ରଭାବୀ ଉପାୟ ଉପରେ ଭଲ ନଜରରେ ଧ୍ୟାନ ଦେଇଥିଲେ । ବିମୁଦ୍ରୀକରଣକୁ ନେଇ ସରକାର ନେଇଥିବା ପଦକ୍ଷେପକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁପାରିସ୍ କରିଥିଲା ।

ସୂଚନାଯୋଗ୍ୟ, ବିମୁଦ୍ରୀକରଣର ସାମ୍ବିଧାନିକ ବୈଧତାକୁ ନେଇ କୋର୍ଟ, କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ । ସର୍ବୋଚ୍ଚ ନ୍ୟାୟାଳୟର ୫ ଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ସହ ଆରବିଆଇକୁ ଉତ୍ତର ମାଗିଥିଲେ । ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ନେଇ ନିଆ ଯାଇଥିବା ନିଷ୍ପତ୍ତିକୁ ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

୨୦୧୬ରେ ହୋଇଥିବା ବିମୁଦ୍ରୀକରଣ ଦ୍ୱାରା ସରକାର ୫ ଶହ ଓ ୧ ହଜାର ଟଙ୍କିଆ ନୋଟକୁ ସମ୍ପୂର୍ଣ୍ଣ ଅଚଳ କରି ଦେଇଥିଲେ । ଯାହାକୁ ନେଇ ଦେଶବାସୀଙ୍କୁ ବେଶ୍ ହଇରାଣ, ହରକତ ହେବାକୁ ପଡ଼ିଥିଲା । ଯାହାକୁ ନେଇ ବିମୁଦ୍ରୀକରଣ ବିରୋଧରେ ସୁପ୍ରିମକୋର୍ଟରେ ଆବଦେନ ଦାଖଲ ହୋଇଥିଲା । ୨୦୧୬ ପରେ ନୋଟବନ୍ଦୀ ବିପକ୍ଷରେ ୫୭ଟି ଆବେଦନ ହୋଇଛି ।

Leave A Reply

Your email address will not be published.