Latest Odisha News

BREAKING NEWS

ଜେମିସନଙ୍କୁ ୫ ଉଇକେଟ, ଭାରତର ପ୍ରଥମ ଇନିଂସ ୨୧୭ରେ ସୀମିତ

ସାଉଥାମ୍ପଟନ: ନ୍ୟୁଜିଲାଣ୍ଡ ପେସ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଏଠାରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଭାରତ ପ୍ରଥମ ଇନିଂସରେ ୨୧୭ ରନ କରିବାକୁ ସକ୍ଷମ ହୋଇଛି । ତୃତୀୟ ଦିବସରେ ଭାରତ ୭୧ ରନରେ ୭ ଉଇକେଟ ହରାଇ ଅଲଆଉଟ ହୋଇଥିଲା । ବିରାଟ କୋହଲିଙ୍କ ୪୪ ଏବଂ ଅଜିଙ୍କ୍ୟ ରାହାଣେଙ୍କ ୪୯ ରନ ସହାୟତାରେ ଭାରତ କିଛିଟା ସମ୍ମାନ ରଖିପାରିଛି ।

ନ୍ୟୁଜିଲାଣ୍ଡ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ କାଇଲ ଜେମିସନ ୫ଟି ଉଇକେଟ ଅକ୍ତିଆର କରିଥିଲେ । ନୀଲ ୱାଗନର ଓ ଟ୍ରେଂଟ ବୋଲ୍ଟ ୨ଟି ଲେଖାଁଏ ଉଇକେଟ ହାସଲ କରିଥିଲେ । ଜେମିସନ ତାଙ୍କ ଟେଷ୍ଟ କ୍ୟାରିୟରରେ ୫ମ ଥର ପାଇଁ ୫ ଉଇକେଟ ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.