Latest Odisha News

BREAKING NEWS

ଟେଷ୍ଟ ଚାମ୍ପିୟନଶିପ ଫାଇନାଲ : ଭାରତ ୨୧୧/୭

ସାଉଥାମ୍ପଟନ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ତୃତୀୟ ଦିନ ଲଂଚ ସୁଦ୍ଧା ଭାରତ ତୁଳନାରେ ନ୍ୟୁଜିଲାଣ୍ଡ ଭଲ ସ୍ଥିତିରେ ରହିଛି । ଲଂଚ ବ୍ରେକ ବେଳକୁ ଭାରତ ୭ ଉଇକେଟ ବିନିମୟରେ ୨୧୧ ରନ ସଂଗ୍ରହ କରିଛି । ଗତକାଲି ଅପରାଜିତ ଥିବା ଅଧିନାୟକ ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାନେ ବ୍ୟାଟିଂ ଆରମ୍ଭ କରିଥିଲେ ।

କୋହଲିଙ୍କୁ ୪୪ ରନରେ କାୟଲ ଜେମିସନ ଆଉଟ କରି ଦଳ ପାଇଁ ବଡ ସଫଳତା ଆଣିଥିଲେ । ଏହା ପରେ ନିୟମିତ ବ୍ୟବଧାନରେ ଉଇକେଟ ପଡିଥିଲା । ରାହାନେ ୪୯ରନରେ ଆଉଟ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ୧୫ ଏବଂ ଈଶାନ୍ତ ଶର୍ମା ୨ ରନ କରି ଅପରାଜିତ ଅଛନ୍ତି । ଜେମସିନ ୩ଟି ଏବଂ ନୀଲ ୱାଗନର ୨ଟି ଉଇକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.