Latest Odisha News

‘ପିଓକେ ବିନା ଜମ୍ମୁ କଶ୍ମୀର ଅସମ୍ପୂର୍ଣ୍ଣ’

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଖନୁର ସେକ୍ଟରର ଟାଣ୍ଡା ଆର୍ଟିଲାରୀ ବ୍ରିଗେଡରେ ୯ମ ସଶସ୍ତ୍ର ବାହିନୀ ପୂର୍ବତନ ସୈନିକ ଦିବସ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ଏହା ସହ ସେ ଜମ୍ମୁ କଶ୍ମୀର ଏବଂ ଦିଲ୍ଲୀର ଲୋକଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ପ୍ରୟାସକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପିଓକେ ବିନା ଜମ୍ମୁ କଶ୍ମୀର ଅସମ୍ପୂର୍ଣ୍ଣ ଅଟେ । ଏହା ପାକିସ୍ତାନ ପାଇଁ ଏକ ବିଦେଶୀ ଅଞ୍ଚଳ ବ୍ୟତୀତ ଆଉ କିଛି ନୁହେଁ । ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦର ବ୍ୟବସାୟ ଚଳାଇବା ପାଇଁ ପିଓକେର ଭୂମି ବ୍ୟବହାର କରାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ପାକିସ୍ତାନ ଆତଙ୍କବାଦୀ ତାଲିମ ଶିବିର ବନ୍ଦ ନକରେ ଏବଂ ପିଓକେରେ ଚଳାଉଥିବା ଲଞ୍ଚ୍ ପ୍ୟାଡ୍ ବନ୍ଦ ନ କରେ ତେବେ ଏହାର ପରିଣାମ ଭୟଙ୍କର ହେବ ।

ରାଜନାଥ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ରଦ୍ଦ କରି ଆମେ ଆତଙ୍କବାଦକୁ ସମାପ୍ତ କରିଛୁ । ଆମେ କାଶ୍ମୀରର ହୃଦୟ ଏବଂ ଦେଶର ଅନ୍ୟ ସମସ୍ତ ଅଞ୍ଚଳ ମଧ୍ୟରେ ଦୂରତା ହ୍ରାସ କରିବା ପାଇଁ କାମ କରୁଛୁ । ଆଜି ଏଠାରେ ପରିସ୍ଥିତି ବହୁତ ବଦଳିଛି । ପିଓକେ ହେଉଛି ଭାରତର ମୁକୁଟ ସଦୃଶ । ସେଠାକାର ଲୋକମାନେ ସମ୍ମାନଜନକ ଜୀବନରୁ ବଞ୍ଚିତ ହେଉଛନ୍ତି ।

Leave A Reply

Your email address will not be published.