କଠୁଆ: ସାରା ଦେଶରେ ସରକାରୀ ସ୍କୁଲର ଅବସ୍ଥା କ’ଣ ସମସ୍ତେ ଜାଣନ୍ତି । ହେଲେ ଜାଣନ୍ତିନି ନେତା, ମନ୍ତ୍ରୀ,.. । ସରକାର ଯଦିଓ ସରକାରୀ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ତାହା ଯଥେଷ୍ଟ ନୁହେଁ । ସରକାରୀ ସ୍କୁଲର ଏପରି ଅବସ୍ଥା ଏବଂ ସରକାରୀ ଅବହେଳା ଏଇ କୁନି ଝିଅଟକୁ ଭାରି ବାଧିଛି । କିଛି ବାଟ ନ ପାଇ ଶେଷରେ ପ୍ରଧାନକମନ୍ତ୍ରୀଙ୍କୁ ଭାବାବେଗ ଭରା କଣ୍ଠରେ ନିବେଦନ କରିଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଛୋଟ ଝିଅଟି ବେଶ ଭାବବିହ୍ୱଳ ହୋଇ ସ୍କୁଲକୁ ସୁନ୍ଦର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆବେଦନ କରିଛନ୍ତି ।
ଫେସବୁକରେ କୁନିଝିଅଟିର ଭିଡଓ ଭାଇରାଲ ହୋଇଛି । କୁନି ଝିଅଟିର ନାଁ ସୀରତ ନାଜ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସୁନ୍ଦର ଏବଂ ଭଲ ସ୍କୁଲ ପାଇଁ ମାର୍ମିକ ଅନୁରୋଧ କରିଛନ୍ତି । ଝିଅଟି ସ୍କୁଲର ଦୁର୍ଦ୍ଦଶା ବି ଭିଡିଓରେ ବର୍ଣ୍ଣନା କରିଛି ।
ଝିଅଟି ସ୍କୁଲର ଦୟନୀୟ କୋଠାର ସ୍ଥିତି, ଚଟାଣ, ଟଏଲେଟ, ସିଢି, ଶିକ୍ଷକ ଏବଂ ପ୍ରିନ୍ସିପାଲଙ୍କ ଅଫିସ ମଧ୍ୟ୍ ଭିଡିଓରେ ଦେଖାଇଥିଲେ । ସେ କହିଛି, ଦେଖନ୍ତୁ, ଆମେ କେତେ ଖରାପ ସ୍କୁଲରେ ପଢୁଛୁ । ସେ କହିଛି, ସେ ନିଜ ସାଙ୍ଗମାନଙ୍କ ସହ ଖରାପ ଚଟାଣରେ ବସୁଛି । ସେ ଚାହୁଁଛି, ପ୍ରଧାନମନ୍ତ୍ରୀ ସ୍କୁଲ ଅବସ୍ଥା ଭଲ କରିଦେବେ ।
ଫେସବୁକରେ ଭାଇରାଲ ହୋଇଥିବା ଏହି ଭିଡିଓଟିକୁ ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାର ଏଇ କୁନି ଝିଅଟି ସେୟାର କରିଛନ୍ତି । ଝିଅଟି ଲୋହାଇ-ମହ୍ଲାର ଗାଁର ବାସିନ୍ଦା । ସେ ନିଜ ଇଚ୍ଛା ପୂରଣ କରିବା ପାଇଁ କହିଛି, ‘ପ୍ଲିଜ ମୋଦିଜୀ, ଏକ ଭଲ ସ୍କୁଲ କରିଦିଅ । ପ୍ଲିଜ ମୋଦିଜୀ, ଆମ ପାଇଁ ଏକ ଭଲ ସ୍କୁଲ କରିଦିଅ..’
କୁନି ଝିଅର ଏପରି ଭାବପ୍ରବଣ ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ଯାଇଛି । ପ୍ରାୟ ୨ ମିଲିୟନ ଲୋକ ଏହାକୁ ଦେଖି ସାରିଲେଣି । ୧ ଲକ୍ଷ ୧୬ ହଜାରରୁ ଅଧିକ ଲାଇକ ମିଳି ସାରିଲାଣି ।
Comments are closed.