Latest Odisha News

ଦିଲ୍ଲୀରେ ଏପ୍ରିଲ ୧୫ରୁ ବନ୍ଦ ହେବ ବିଜୁଳି ସବସିଡ

ନୂଆଦିଲ୍ଲୀ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏପ୍ରିଲ ୧୫ରୁ ବିଜୁଳି ସବସିଡ ବନ୍ଦ ହୋଇପାରେ ବୋଲି ଘୋଷଣା କରିଛି । ଶକ୍ତିମନ୍ତ୍ରୀ ଆତିଶୀ କହିଛନ୍ତି ଦିଲ୍ଲୀର ୪୬ ଲକ୍ଷ ପରିବାରଙ୍କ ବିଜୁଳି ସବସିଡ ଶେଷ ହେଉଛି । ସେ ଏଥିପାଇଁ ଦିଲ୍ଲୀ ଏଲଜି ଭିକେ ସକ୍ସେନାଙ୍କୁ ପରୋକ୍ଷରେ ଦାୟର କରିଛନ୍ତି । ଉପ ରାଜ୍ୟପାଳ ଏ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ସବସିଡ ଦିଆ ଯାଉଥିବା ଫାଇଲକୁ ମଞ୍ଜୁରୀ ଦେଇ ନାହାନ୍ତି । ଏ ନେଇ ପୁନର୍ବାର ଦିଲ୍ଲୀ ଏଲଜି ଏବଂ ଆପ ସରକାର ମୁହାଁମୁହିଁ ହେବାକୁ ଯାଉଛନ୍ତି । ଦିଲ୍ଲୀ ମନ୍ତ୍ରୀମଣ୍ଡଳରେ ୨୦୨୩-୨୪ ପାଇଁ ବିଜୁଳି ସବସିଡକୁ ମଞ୍ଜୁରୀ ଦିଆ ଯାଇଥିଲା । ମାତ୍ର ଫାଇଲ ଏବେ ବି ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପଡି ରହିଛି ।

ଯେ ପର୍ଯ୍ୟନ୍ତ ଫାଇଲକୁ ମଞ୍ଜୁରୀ ନ ମିଳିଛି ସେ ପର୍ଯ୍ୟନ୍ତ ଆମେ ସବସିଡ ଦେଇ ପାରିବୁ ନାହିଁ ବୋଲି ଆତିଶୀ କହିଛନ୍ତି । ଏଲଜିଙ୍କ ସହ ଆମେ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଉତର ମିଳି ନାହିଁ । ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀର ୪୮ ଲକ୍ଷ ପରିବାର ବିଜୁଳି ସବସିଡ ପାଇଁ ଆବେଦନ କରିଛନ୍ତି ।

Leave A Reply

Your email address will not be published.