Latest Odisha News

BREAKING NEWS

ଶ୍ରୀନଗରରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ,୨ ପୋଲିସ କର୍ମୀ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୨ ପୋଲିସ କର୍ମୀ ସହିଦ ହୋଇଛନ୍ତି । ଗୁଳିମାଡ଼ର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି । ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସହିଦ ୨ ପୋଲିସ କର୍ମୀ ଜମ୍ମୁ-କାଶ୍ମୀର ପୋଲିସର କର୍ମଚାରୀ ଅଟନ୍ତି । ଗୁଳିମାଡରେ ୨ ଜଣ ଆହତ ହୋଇଥିଲେ । ଚିକିତ୍ସିତ ହେଉଥିବା ବେଳେ ଉଭୟ ସହିଦ ହୋଇଛନ୍ତି । 

ଲସ୍କର-ଇ-ତୋଇବାର ଶାଖା ଟିଆର୍‌ଏଫ୍ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । କେବଳ ସେତିକି ନୁହେଁ ଟେଲିଗ୍ରାମର ଏକ ପୋଷ୍ଟରେ ଆତଙ୍କବାଦୀ ସଂଗଠନ ଟିଆର୍‌ଏଫ୍‌ ଧମକ ମଧ୍ୟ ଦେଇଛି। ଆଗକୁ ନୂଆ ତରିକାରେ ଏହାଠାରୁ ମଧ୍ୟ ବଡ ଧରଣର ଆକ୍ରମଣ ହେବ ବୋଲି ସେ ଧମକ ଦେଇଛି ।

ଏହାପୂର୍ବରୁ କାଶ୍ମୀରର ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ସୋପିଆନ ଓ ବଲଗାମରେ ଏହି ଏନକାଉଣ୍ଟର ହୋଇଥିଲା । ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ଅପରେସନ ଆରମ୍ଭ କରିଥିଲା । ତେବେ ଏହି ଏନକାଉଣ୍ଟରରେ ଏସପିଓ ଅଲତାଫ ଅହମ୍ମହ ସହିଦ ହୋଇଥିଲେ । ଏହାସହ ଅନ୍ୟ ଜଣେ ଯବାନ ଆହତ ହୋଇଥିଲେ ।

Leave A Reply

Your email address will not be published.