Latest Odisha News

BREAKING NEWS

ଚାକିରି ନମିଳିଲେ ବନ୍ଧୁକ ଧରିବେ ଜମ୍ମୁ-କାଶ୍ମୀର ଯୁବପିଢି: ମେହବୁବା ମୁଫତି

ଶ୍ରୀନଗର: ଚାକିରି ନମିଳିଲେ ଯୁବପିଢି ବନ୍ଧୁକ ଧରିବେ ଭଳି ମନ୍ତବ୍ୟ ଦେଇଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି।

ରାଜ୍ୟ ରାଜନୀତିରେ ନିଜର ଅସନ୍ତୋଷ ପରିପ୍ରକାଶ କରିବା ସହ ମେହବୁବା ମୁଫତି କହିଛନ୍ତି ଯେ ୩୭୦ ହଟାଇବା ପରେ ଜମ୍ମୁ କାଶ୍ମୀରର ଜମି ଓ ଚାକିରୀ ଛଡ଼ାଇ ନେବା ବିଜେପିର ଉଦ୍ଦେଶ୍ୟ ପାଲଟିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ସେମାନଙ୍କର (ବିଜେପି) ସମୟ, ଆସନ୍ତାକାଲି ଆମ ସମୟ ଆସିବ। ସେମାନଙ୍କ ଅବସ୍ଥା ଟ୍ରମ୍ପଙ୍କ ଭଳି ହେବ।

ଧାରା ୩୭୦ ହଟାଯିବା ପରେ କାଶ୍ମୀର ଠାରୁ ଜମ୍ମୁରେ ବିଜେପି ସରକାର ଅବସ୍ଥା ବିଗାଡି ଦେଇଛି। ଜମ୍ମୁ କାଶ୍ମୀର ଏବଂ ଲଦାଖର ଲୋକଙ୍କ ରୋଜଗାର ଏବଂ ଜମି ଅଧିକାର ମଧ୍ୟ ଛଡ଼ାଇ ନିଆଯାଇଛି। ସରକାର ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି ଯେ ଯୁବପିଢି ଙ୍କ ପାଖରେ କେବଳ ବନ୍ଧୁକ ଉଠାଇବା କିମ୍ବା ଜେଲ ଯିବାର ବିକଳ୍ପ ରହିଛି।

Leave A Reply

Your email address will not be published.