Latest Odisha News

ଭୁବନେଶ୍ୱରରେ ବାଲିଯାତ୍ରା ବାତିଲ

ଭୁବନେଶ୍ୱର: କଟକ ପରେ ଭୁବନେଶ୍ୱରରେ ବନ୍ଦ ହେଲା ବାଲିଯାତ୍ରା । ଏନେଇ କମିଶନରେଟ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏବର୍ଷ ବାଲିଯାତ୍ରା ବାତିଲ ରଖିବାକୁ ନିଷ୍ପତ୍ତି କରାଯାଇଛି।

ଗତ ୩ ବର୍ଷ ହେଲା ଜରିପାଟଣାସ୍ଥିତ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରା ହୋଇ ଆସୁଥିଲା। ଏ ବର୍ଷ ବାଲିଯାତ୍ରାର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଥାନ୍ତା।

Leave A Reply

Your email address will not be published.