Latest Odisha News

BREAKING NEWS

ବାନ୍ଦିପୋରା ଟ୍ୟାକ୍ସି ଷ୍ଟାଣ୍ଡରେ ଗ୍ରେନେଡ଼୍ ଆକ୍ରମଣ, ୬ଜଣ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ।  ଏଥିରେ ୬ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜାମ୍ମୁ-କାଶ୍ମୀରର ବାନ୍ଦିପୋରାରେ ଗ୍ରେନେଡ଼ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣର ଉଦ୍ଦେଶ୍ୟ ସୁରକ୍ଷା ବାହିନୀକୁ ଟାର୍ଗେଟ୍ ବୋଲି କୁହାଯାଇଛି।

ଜାମ୍ମୁ-କାଶ୍ମୀର ପୋଲିସଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ବାନ୍ଦିପୋର ସୁମ୍ବଲପୁଲରେ ଗ୍ରେନେଡ଼ ଆକ୍ରମଣ କରିଥିଲେ। ଏଥିରେ ୬ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି। ସେମାନଙ୍କୁ ଶ୍ରୀନଗରର ଏକ ହସ୍ପିଟାଲକୁ ପଠାଯାଇଛି। ଆଉ ଚାରି ଜଣଙ୍କୁ ବାନ୍ଦିପୋରାରେ ଚିକିତ୍ସା କରାଯାଉଛି। ବର୍ତ୍ତମାନ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଛି। ଏହାସହ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଜାମ୍ମୁ କାଶ୍ମୀରର ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ହଟାଇବା ପାଇଁ ଚାଲିଥିବା ବିଭିନ୍ନ ଆତଙ୍କବାଦ ବିରୋଧୀ ଅପରେସନ ଜାରି ରହିଛି। ଆତଙ୍କବାଦୀମାନେ ଅତୀତରେ ଅଣ କାଶ୍ମୀରବାସୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଏଥିରେ ୟୁପି-ବିହାରରୁ ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକଙ୍କ ଜୀବନ ନିଆଯାଇଥିଲା। ଏହା ପୂର୍ବରୁ ପୁଞ୍ଚରେ ଏକ ଆକ୍ରମଣ ହୋଇଥିଲା। ଯେଉଁଥିରେ ସେନାର ୬ଜଣ ସୈନିକ ସହିତ ହୋଇଥିଲା।

Leave A Reply

Your email address will not be published.