Latest Odisha News

[ଭିଡ଼ିଓ] ହରଗୌରୀ ଯାତ୍ରାରେ କୁମ୍ କୁମ୍ ପୂଜା

ସୋନପୁର: ସହରର ତେଲଗୁ ସଂପ୍ରଦାୟଙ୍କ ସଂସ୍କୃତି, ଲୋକ ପରମ୍ପରାକୁ ନେଇ ମହିଳାଙ୍କ କୁମକୁମ ପୂଜାର ରହିଛି ସ୍ୱତନ୍ତ୍ରତା । ସ୍ୱାମୀଙ୍କ ମଙ୍ଗଳ ମନାସି କରାଯାଉଥିବା କୁମ କୁମ ବ୍ରତ ଦେବାଙ୍ଗ ସଂସ୍କୃତିର ଏକ ଅନନ୍ୟ ବିଭବ । କୋଭିଡ କଟକଣା ମଧ୍ୟରେ ଏଥର ପାଳିତ ହୋଇଛି  ହରଗୈାରୀ ଯାତ୍ରା । ନଅ ଦିନ ବ୍ୟାପି ଚାଲିଥିବା ହରଗୈାରୀ ଯାତ୍ରାରେ ମହିଳାଙ୍କଦ୍ୱାରା ହେଉଥିବା କୁମକୁମ୍ ପୂଜା ଏକ ଭିନ୍ନ ଆକର୍ଷଣ ।

କୁମ କୁମ୍ ପୂଜାରେ ଆଦ୍ୟ ପୂଜ୍ୟ ଗଣେଷ,ଦେବୀ ପାର୍ବତୀ ଓ ଦେବ ଦେବ ମହାଦେବଙ୍କ ମନ୍ତ୍ର ସହ ଶ୍ରୀଯନ୍ତ୍ର ଉପରେ ବ୍ରତଧାରୀ ମହିଳା ସିନ୍ଦୁର ଚଢାଇଥାନ୍ତି । । ଦୀପ, ଧୁପ, ନୈବେଦ୍ୟରେ  ପୂଜା କରିଥାନ୍ତି  ବ୍ରତଧାରୀ ମହିଳା ସଧବା ନାରୀ ମାନଙ୍କ ଏହି କୁମ୍ କୁମ୍ ପୂଜା ଏକ ନିଆରା ପରମ୍ପରା । ଏହି ପୂଜା ଦେଖିବାକୁ ମହିଳା ମାନଙ୍କ ପ୍ରବଳ ଭିଡ଼ ହୁଏ କିନ୍ତୁ କୋଭିଡ଼ କଟକଣା କୁ ଦୃଷ୍ଟି ରେ ରଖି ସ୍ୱଳ୍ପ ବ୍ରତ ଧାରି ଙ୍କୁ ନେଇ ଆୟୋଜନ ହୋଇଛି ଏହି କୁମ୍ କୁମ୍ ପୂଜା ।

Leave A Reply

Your email address will not be published.