ଶ୍ରୀନଗର : ଜମ୍ମୁ-କଶ୍ମୀରର କିସ୍ତବାଡ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ସମସ୍ତ ଶ୍ରଦ୍ଧାଳୁ ମଚ୍ଛଲି ମାତାଙ୍କ ଦର୍ଶନ ନିମନ୍ତେ ଯାଉଥିଲେ ।
ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏହି ବସ୍ କୌଣସି ବଶତଃ ଭାରସାମ୍ୟ ହରାଇ ଚେନାବ ନଦୀକୁ ଖସି ପଡିବାରୁ ଦୁର୍ଘଟଣା ଘଟିଛି । ବସଟି ପାଖାପାଖି ୨୦୦ ଫୁଟ ତଳକୁ ଖସିପଡିଥିଲା ।
ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି ।
Comments are closed.