Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ସୌରଭ, ଅଭିଷେକ ଓ ସଞ୍ଜୀବଙ୍କୁ ରୌପ୍ୟ ପଦକ

ଜାକର୍ତ୍ତା : ଭାରତୀୟ ସୁଟର୍ ଙ୍କ ଠାରୁ କ୍ରୀଡ଼ାପ୍ରେମୀମାନେ ଅନେକ ଆଶା ରଖିଛନ୍ତି । ଅଲିମ୍ପିକ୍ସ ହେଉ କି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସୁଟିଂରେ ଭାରତର ଭଲ ରେକର୍ଡ ରହିଛି । ଚଳିତ ଏସିଆନ ଗେମ୍ସରେ ଯୁବ ଭାରତୀୟ ସୁଟର୍ ସୌରଭ ଚୌଧୁରୀ ଭାରତ ଲାଗି ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସୁଟିଂର ପୁରୁଷ ୧୦ ମିଟର ଏୟାର୍ ପିସ୍ତଲ୍ ବିଭାଗରେ ସୌରଭ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅଭିଷେକ ବର୍ମା ରୌପ୍ୟ ପଦକ ହାସଲ କରିପାରିଛନ୍ତି ।

 

ତେବେ ପୁରୁଷ ୫୦ ମିଟର ଏୟାର୍ ରାଇଫଲ୍ ବିଭାଗରେ ସଞ୍ଜୀବ ରାଜପୁତ ଏକ ରୌପ୍ୟ ପଦକ ହାସଲ କରିପାରିଛନ୍ତି ।

ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ଅପୂର୍ବୀ ଚଣ୍ଡେଲା ଭାରତକୁ ଏକ ବ୍ରୋଞ୍ଜ୍ ପଦକ ଜିତାଇଥିଲେ । ଆଜି ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ସହିତ ସୁଟିଂରୁ ଭାରତ ମୋଟ ୪ଟି ପଦକ ହାସଲ କରିସାରିଲାଣି ।

Leave A Reply

Your email address will not be published.