Latest Odisha News

BREAKING NEWS

ଭାରସାମ୍ୟ ହରାଇ ନଦୀକୁ ଖସିଲା ତୀର୍ଥଯାତ୍ରୀ ବସ୍

ଶ୍ରୀନଗର : ଜମ୍ମୁ-କଶ୍ମୀରର କିସ୍ତବାଡ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ସମସ୍ତ ଶ୍ରଦ୍ଧାଳୁ ମଚ୍ଛଲି ମାତାଙ୍କ ଦର୍ଶନ ନିମନ୍ତେ ଯାଉଥିଲେ ।

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏହି ବସ୍ କୌଣସି ବଶତଃ ଭାରସାମ୍ୟ ହରାଇ ଚେନାବ ନଦୀକୁ ଖସି ପଡିବାରୁ ଦୁର୍ଘଟଣା ଘଟିଛି । ବସଟି  ପାଖାପାଖି ୨୦୦ ଫୁଟ ତଳକୁ ଖସିପଡିଥିଲା ।

ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି ।

Leave A Reply

Your email address will not be published.