Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଗୁଳିବିନିମୟ: ଜଣେ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର୍ ପୁଲୱାମାର ଗୁସୁର ଠାରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସେନାର ଜଣେ ଯବାନ ଶହୀଦ ହୋଇଛନ୍ତି । ଅନ୍ୟପଟେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି ।

ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ଖବର ପାଇ ପୋଲିସ ଓ ଆର୍ମିର ୫୩ ରାଷ୍ଟ୍ରୀୟ ରାଇଫଲ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ନେଇଥିଲେ । ସୁରକ୍ଷାବଳଙ୍କ ଦ୍ୱାରା ଅଞ୍ଚଳକୁ କର୍ଡନ କରିନେବା ପରେ ଆତଙ୍କବାଦୀ ଗୁଳି ଚାଳନା ଆରମ୍ଭ କରିଥିଲେ । ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଏବେବି ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

ଏହା ପୂର୍ବରୁ ଜୁଲାଇ ୫ ତାରିଖରେ ପୁଲୱାମାରେ ସିଆରପିଏଫ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ସିଆରପିଏଫ ଯବାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ ଆତଙ୍କବାଦୀ ।

Leave A Reply

Your email address will not be published.