Latest Odisha News

BREAKING NEWS

ରିଲିଜ ଅପେକ୍ଷାରେ ବିଦ୍ୟାଙ୍କ ଶକୁନ୍ତଳା ଦେବୀ

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଆଗାମୀ ଫିଲ୍ମ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହା କୌଣସି ବଡ ପରଦାରେ ନୁହେଁ ବରଂ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ ହେବ ।

ବିଦ୍ୟା ନିଜେ ବେଶ୍ ମଜାଳିଆ ଢଙ୍ଗରେ ଫିଲ୍ମ ରିଲିଜ ଡେଟ୍ ଘୋଷଣା କରିଛନ୍ତି । ଜୁଲାଇ ୩୧ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ମାନେ ଖୁବ୍ ଉତ୍ସାହିତ ମଧ୍ୟ । ସେ ଗଣିତର ଏକ କଠିନ ପ୍ରଶ୍ନ ପଚାରି ତାର ଉତ୍ତର ସେ ନିଜେ ମଧ୍ୟ ବେଶ ନିଆରା ଢଙ୍ଗରେ ଦେଇଥିଲେ ।

ଫିଲ୍ମଟି ଶକୁନ୍ତଳା ଦେବୀଙ୍କ ଏକ୍ସଟ୍ରା ଅର୍ଡିନାରୀ ମାଇଣ୍ଡ ଉପରେ ଆଧାରିତ ଫିଲ୍ମ। ଶକୁନ୍ତଳା ଦେବୀଙ୍କୁ ମାନବ କମ୍ପ୍ୟୁଟର ଭାବେ ମଧ୍ୟ ବିବେଚନା କରାଯାଏ।

ଫିଲ୍ମରେ ବିଦ୍ୟା ଜିନିୟସ୍ ମ୍ୟାଥ୍ ମାଟିସିଆନ୍ ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ନଜର ଆସୁଥିବା ବେଳେ ତାଙ୍କ ଝିଅ ଭୂମିକାରେ ନଜର ଆସୁଛନ୍ତି ସାନିୟା ମଲହୋତ୍ରା।

 

Leave A Reply

Your email address will not be published.