Latest Odisha News

BREAKING NEWS

ଭାରତ ସହ ଅଛି ଆମେରିକା ସେନା: ହ୍ୱାଇଟ୍ ହାଉସ୍ ପକ୍ଷରୁ ସଙ୍କେତ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଲାଗିରହିଛି ସୀମା ବିବାଦ । ଯଦିଓ ଗଲଓ୍ୱାନ ଘାଟିର ସଂଘର୍ଷ ସ୍ଥଳରୁ ପାଖାପାଖି ଦୁଇ କିଲୋମିଟର ପଛଘୁଞ୍ଚା ଦେଇଛି ଡ୍ରାଗନ୍ । କିନ୍ତୁ ପରେ ଯେ ପୁରୁଣା ରୋଗ ନବାହାରିବ କହି ହେବନି । କେବଳ ଭାରତ ନୁହେଁ ବିଭିନ୍ନ ଦେଶକୁ ନାଲି ଆଖି ଦେଖାଉଛି ଚୀନ୍ । ଏଭଳି ପରିସ୍ଥିତିରେ ଚୀନକୁ ଚେତେଇ ଦେଇଛି ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ସରକାର । ହ୍ୱାଇଟ ହାଉସ ପକ୍ଷରୁ ଏକ ବଡ଼ ବୟାନ ସାମନାକୁ ଆସିଛି । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ଆମେରିକା ସେନା ଭାରତ ସହ ଠିଆ ହୋଇଛି ।

ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଏସମ୍ପର୍କିତ ଖବର । ସଂପୃକ୍ତ ଅଧିକାରୀ କହିଛନ୍ତି ଚୀନର ଦାଦାଗିରି ଓ ଦୂରାଚାର ଆଉ ସହ୍ୟ କରାଯିବନି । ଆମେରିକାର ଏବଳି ବାର୍ତ୍ତା ଦେଇଛି । ଏହି କାରଣରୁ ଦକ୍ଷିଣ ଚୀନ ସାଗରରେ ନୌସେନାକୁ ତୟାର ରଖିଛି ଆମେରିକା ।

 

ହ୍ୱାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମିଡଓ୍ୱ ଫକ୍ସ ନ୍ୟୁଜକୁ ସାକ୍ଷାତକାର ଦେଇ ଭାରତ-ଚୀନ ବିବାଦ ଉପରେ ମତ ରଖିଥିଲେ । ସେ କହିଛନ୍ତି, ଆମେରିକା ସେନା ସବୁବେଶ ସଜାଗ ରହିଛି । ମୁକାବିଲା ପାଇଁ ପ୍ରସ୍ତୁତ । ଆମେରିକା ପ୍ରଶାସନ ନିଜ ସେନାକୁ ସବୁବେଳେ ସମର୍ଥନ ବି କରି ଆସିଛି ।
ଆମେରିକାର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ମାର୍କ ମିଡଓ୍ୱ ଆହୁରି କହିଛନ୍ତି ଯେ, ଭାରତ-ଚୀନ ପ୍ରସଙ୍ଗ ହେଉଛି କି ଆଉ ଯେଉଁଠି ଅସ୍ଥିରତା ସୃଷ୍ଟି କଲେ ସବୁବେଳେ ଆମେରିକା ସେନା ସଜାଗ ରହିଛି ।

Leave A Reply

Your email address will not be published.