ଭୁବନେଶ୍ୱର: ଧୀରେ ଧୀରେ ବଢିଲାଣି ନିର୍ବାଚନୀ ଉଷ୍ମତା । ଗ୍ରାସରୁଟରୁ ଆରମ୍ଭ କରୁଛନ୍ତି ପ୍ରସ୍ତୁତି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ପରେ ବିଜେପି ଆରମ୍ଭ କରିଛି ଜନସମ୍ପର୍କ ଅଭିଯାନ। ଏହି କାର୍ଯ୍ୟକ୍ରମ ଅବସରରେ ଢେଙ୍କାନାଳ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।
ଢେଙ୍କାନାଳ ଆସିବେ ଅମିତ ଶାହା । ଆସନ୍ତା ୧୭ ତାରିଖରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଢେଙ୍କାନାଳ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ । ଏମିତି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ଖାଲି ଶାହ ନୁହେଁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବେ ଏହି ଦୁଇ ବରିଷ୍ଠ ନେତା । ଆସନ୍ତା ୧୭ ତାରିଖରେ ଶାହା ଓ ୨୨ ତାରିଖରେ ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।
ବିଜେପି ସାଧାରଣ ସମ୍ପାଦକ ପୃ୍ଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି, ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା ଜନସମ୍ପର୍କ ଅଭିଯାନକୁ ଆହୁରି ବ୍ୟାପକ କରିବା ବଡ ବଡ କେନ୍ଦ୍ରୀୟ ନେତା ଓଡ଼ିଶାକୁ ଆସିବେ । କେନ୍ଦ୍ରୀୟ ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ୨୦୨୪ ନିର୍ବାଚନ ପାଇଁ ତଳସ୍ତରରୁ ଦଳକୁ ମଜବୁତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।
Comments are closed.