Latest Odisha News

BREAKING NEWS

ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ ବିପଦ, ୬୦ ହଜାରରୁ ଅଧିକ ଆଣ୍ଡ୍ରଏଡ୍ ଆପରେ ମାଲୱେର ପ୍ରବେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ମାର୍ଟଫୋନ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ। କାରଣ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏକ ମାଲୱେର ବିପଦ ମାଡି ଆସୁଛି। ହ୍ୟାକରମାନେ ଆମ ସ୍ମାର୍ଟଫୋନରେ ଏହି ମାଲୱେର ଜରିଆରେ ଆମ ଗୋପନୀୟ ତଥ୍ୟ ଚୋରି କରିବାକୁ ଚେଷ୍ଟା କରନ୍ତି। ନିକଟରେ ସାଇବର ସିକ୍ୟୁରିଟି ଫର୍ମ ବିଟଡେଫେଣ୍ଡରରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଯେ ୬୦,୦୦୦ ରୁ ଅଧିକ ଆଣ୍ଡ୍ରଏଡ୍ ଆପରେ ଆଡୱେୟାର ନାମର ମାଲୱେର ଭାଇରସ ମିଳିଛି। ଏହି ଆପ୍ସରେ ଗତ ୬ ମାସ ଧରି ବିପଦ ଜନକ ମାଲୱେୟର ଭାଇରସ ଅଛି ଯାହା ଚିହ୍ନଟ ହୋଇପାରୁ ନାହିଁ।

ଏହା ଏପରି ଏକ ସଫ୍ଟୱେର୍ ଯାହା ବ୍ୟବହାରକାରୀଙ୍କଠାରୁ ଟଙ୍କା ଲୁଟ୍ କରିବା ପାଇଁ ତିଆରି ହୋଇଛି। ସ୍ମାର୍ଟଫୋନରେ ଉପଭୋକ୍ତାଙ୍କୁ ବିଜ୍ଞାପନ ଦେଖାଇବା ପାଇଁ ଆଡୱେୟାର କେବଳ କାମ କରେ ନାହିଁ ବରଂ ଡିଭାଇସର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ଆଡୱେୟରର ଜାଲରେ ଫସି ଥିବା କିଛି ଉପଭୋକ୍ତା କହିଛନ୍ତି ଯେ ଏହି ମାଲୱେୟର ସ୍ମାର୍ଟଫୋନରେ ପ୍ରବେଶ କରିବା ଯୋଗୁଁ ଫୋନରେ ଥିବା ବ୍ୟାଟେରୀ ଚାର୍ଚ୍ଚ ଦ୍ରୁତ ଗତିରେ ସମାପ୍ତ ହେବା ସହ ଫୋନର କାର୍ଯ୍ୟଦକ୍ଷତା ମଧ୍ୟ ପ୍ରଭାବିତ ହେଉଛି। କେବଳ ଏତିକି ନୁହେଁ, ଏହି ଭାଇରସ ଯୋଗୁଁ ଫୋନ୍ ମଧ୍ୟ ଅତ୍ୟଧିକ ଗରମ ହେଉଛି।

ସୂଚନାଯୋଗ୍ୟ ଯେ ଗୁଗଲ୍ ପ୍ଲେ ଷ୍ଟୋର୍‌ରେ ଏହି ଆପ୍ ଉପଲବ୍ଧ ନାହିଁ, କିନ୍ତୁ ଏହି ଆପ୍ ଗୁଡିକ ଥାର୍ଡ ପାର୍ଟି ୱେବସାଇଟ୍ ମାଧ୍ୟମରେ ଉପଭୋକ୍ତାମାନଙ୍କ ଦ୍ୱାରା ଡାଉନଲୋଡ୍ ହୁଏ। ଉପଭୋକ୍ତାମାନେ APK ଫାଇଲ୍ ଡାଉନଲୋଡ୍ କରିବା ପରେ ଏହା ଆଣ୍ଡ୍ରଏଡ୍ ଡିଭାଇସରେ ଇନଷ୍ଟଲ୍ ହୁଏ। ଏହି ବିପଜ୍ଜନକ ଆପଗୁଡ଼ିକ ବିଷୟରେ ଗୋଟିଏ ବିଶେଷ କଥା ହେଉଛି ଯେ ଏହି ଆପ୍ ହୋମ ସ୍କ୍ରିନରେ ଦୃଶ୍ୟମାନ ଆଇକନ୍ ସୃଷ୍ଟି କରନ୍ତି ନାହିଁ। ଯଦିଓ କେହି ଏହି ଆପ୍ସ ବିଷୟରେ ଜାଣିଯାଆନ୍ତି ତେବେ ଫୋନରୁ ଏହାକୁ ସଂପୂର୍ଣ୍ଣ ଅନଇନଷ୍ଟଲ କରିବା ଅତ୍ୟନ୍ତ କଷ୍ଟକର। ଯଦିଓ କୌଣସି କାରଣରୁ ଏହି ଆପ୍ ଆପଣଙ୍କ ଫୋନରୁ ଅନଇନଷ୍ଟଲ କରଦିଅନ୍ତି ତଥାପି ଏହି ଆପଗୁଡ଼ିକ ପୁନର୍ବାର ଫୋନରେ ନିଜର ସ୍ଥାନ ସୃଷ୍ଟି କରନ୍ତି। ଏହାର ଅର୍ଥ ହେଉଛି ଏହି ଆପଗୁଡ଼ିକୁ ଫୋନରୁ ବାହାର କରିବା ଏତେ ସହଜ ନୁହେଁ।

Leave A Reply

Your email address will not be published.