Latest Odisha News

BREAKING NEWS

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜନ ଜାଗରଣ ଯାତ୍ରା

ଭୁବନେଶ୍ବର : ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜନ ଜାଗରଣ ଯାତ୍ରା । ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଆକାଶ ଛୁଆଁ ହେଲାଣି । ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜନ ଜାଗରଣ ଯାତ୍ରା କରାଯାଇଛି । ନିଖିଳ ଭାରତ କଂଗ୍ରେସ ପକ୍ଷରୁ ନଭେମ୍ବର ୧୪ରୁ ୨୯ ତାରିଖ ମଧ୍ୟରେ ସପ୍ତାହେ ବ୍ୟାପି ଜନ ଜାଗରଣ ଯାତ୍ରା କରାଯାଉଛି । ଏହି ଅବସରରେ ୯ ନମ୍ବର ବ୍ଲକ ଅଧିନସ୍ଥ ଆଇଗିଣିଆ ଛକରୁ ପଦଯାତ୍ରା ବାହାରି ଯଦୁପୁର ପର୍ଯ୍ୟନ୍ତ ଯାଇଥିଲା । ବୃଦ୍ଧି ପାଉଥିବା ଦରଦାମକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ଦଳୀୟ ନେତା ।

ସେହିପରି ଖଣ୍ଡଗିରି ଛକ ଠାରୁ ଏମସ ରାସ୍ତା ଏକ ଗହଳିପୂର୍ଣ୍ଣ ରାସ୍ତା । ଏହି ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ରୋଗୀ, ବ୍ୟବସାୟୀଙ୍କ ସହ ଯଦୁପୁର, ଡୁମୁଡୁମା, ସରକନ୍ତରା, ରଣସିଂପୁର, ଘାଟିକିଆ, ବରମୁଣ୍ଡା, ଜାଗମରା, ଧର୍ମବିହାର ଆଦି ଅଞ୍ଚଳର ଲକ୍ଷ ଲକ୍ଷ ଲୋକ ଯାତାୟତ କରନ୍ତି । ତେଣୁ ଏଠାରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ଦାବି ହେଉଥିଲେ ବି ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା କଂଗ୍ରେସ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଧାରଣା ଦେଇଥିଲା କଂଗ୍ରେସ । ଧାରଣା ଓ ଜନ ଜାଗରଣା ଯାତ୍ରାରେ କଂଗ୍ରେସର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ।

Comments are closed.