ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲଗାଯାଇଥିବା ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୨ ତାରିଖ ତଥା ରବିବାର ଦିନ ସକାଳ ୪ଟାରୁ ୧୦ଟା ମଧ୍ୟରେ ସମସ୍ତ ଟ୍ରେନ୍ ବାତିଲ ରହିବା ନେଇ ଘୋଷଣା କରାଯାଇଛି ।
ଏନେଇ ରେଳ ବୋର୍ଡ ଜୋନାଲ ରେଳର ଜେନେରାଲ ମ୍ୟାନେଜରଙ୍କ ସହ ହୋଇଥିବା ବୈଠକ ପରେ ନିଷ୍ପତ୍ତି ନେଇଛି।
ସୂଚନାନୁଯାୟୀ, “ରବିବାର ସକାଳ ୭ ଟାରୁ ୯ ଟା ମଧ୍ୟରେ ଜନତା କର୍ଫ୍ୟୁ ସମୟରେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ମାର୍ଚ୍ଚ ୨୧ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ମାର୍ଚ୍ଚ ୨୨ ତାରିଖ ରାତି ୧୦ ଟା ପର୍ୟ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚାଲିବ ନାହିଁ ଜ୍ଝ ତେବେ ସେହି ଦିନ ସକାଳ ୭ଟା ଯାଏଁ ଯାତ୍ରୀବାହୀ ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଅନୁମତି ଦିଆଯିବ। ”
ଅଧିକ ପଢନ୍ତୁ: ୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଜନତା କର୍ଫ୍ୟୁ: ପ୍ରଧାନମନ୍ତ୍ରୀ ମୋଦି
ଦେଶରେ କରୋନାଭାଇରସ(କୋଭିଡ-୧୯)ର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ତାରିଖରେ ଦେଶବ୍ୟାପୀ ଜନତା କର୍ଫ୍ୟୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୨ ତାରିଖ ଅର୍ଥାତ ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ୟ୍ୟନ୍ତ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହେବ ।
Comments are closed.