Latest Odisha News

BREAKING NEWS

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ; ଗୋଟିଏ ଦିନରେ ୬୩କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩କୁ ବୃଦ୍ଧି ହୋଇଛି ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜଶେ ଟୋପେ ଶନିବାର ଦିନ ସ୍ପଷ୍ଟ କରିଛନ୍ତି । ମହାରାଷ୍ଟ୍ରରେ କରୋନା ପଜିଟିଭ ମାମଲାଙ୍କ ଗୋଟିଏ ଦିନରେ ୧୧ ବଢ଼ିଛି । ସେମାନେଙ୍କ ମଧ୍ୟରୁ ୮ଜଣ ବିଦେଶରୁ ଫେରିଥିବା ବ୍ୟକ୍ତି ଅଛନ୍ତି ଓ ୩ଜଣ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଅଛନ୍ତି ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, “ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ୭ହଜାର ବେଡ ରହିଛି ତଥା ୨୫୦ରୁ ଅଧିକ ଆଇସୋଲେସନ ବେଡ ଅଛି ।”

ଦେଶରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୮ରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ୨୫୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୯ଜଣ ଭାରତୀୟ ଏବଂ ୩୯ ଜଣ ବିଦେଶୀ ନାଗରିକ ଥିବା ଜଣାପଡିଛି । ଏଥିପାଇଁ ଦେଶରେ ସ୍କୁଲ, କଲେଜ, କାର୍ଯ୍ୟାଳୟ ସମେତ ସର୍ବସାଧାରଣ ସ୍ଥାନକୁ ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.