Latest Odisha News

BREAKING NEWS

ପୁଣି ଏକାଠି ନଜର ଆସିବେ ଜାହ୍ନବୀ-ରାଜକୁମାର

ମୁମ୍ବାଇ: ପୁଣି ଏକାଠି ନଜର ଆସିବେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ରାଜକୁମାର ରାଓ । ହରର କମେଡି ଥ୍ରିଲର ଫିଲ୍ମ ରୁହି ପରେ ପୁଣି ଜାହ୍ନବୀ-ରାଜକୁମାର ଖୁବଶୀଘ୍ର ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । । ଫିଲ୍ମ ‘ମିଷ୍ଟର ଆଣ୍ଡ ମିସେସ ମାହି’ରେ ଉଭୟେ ଅଭିନୟ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶରଣ ଶର୍ମା । ୨୦୨୨ ମସିହାରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଏହାର ଶୁଟିଂ ଶେଷ ହେବ । ଏହି ଯୋଡ଼ିକୁ ଦର୍ଶକ ବହୁମାତ୍ରାରେ ପସନ୍ଦ କରିଛନ୍ତି ।

କରଣ ଜୋହରଙ୍କ ପ୍ରଡକ୍ସନ ହାଉସ ଦ୍ୱାରା ଏହି ଫିଲ୍ମ ନିର୍ମାଣ କରାଯାଇଛି । ନିକଟରେ ଏହାର ରିଲିଜ ଡେଟ ଘୋଷଣା କରାଯାଇଛି । ୨୦୨୪ ମାର୍ଚ୍ଚ ୧୫ ତାରିଖରେ ଏହା ନିକଟତମ ସିନେମା ହଲରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ଏହାର ଟିଜର ଖୁବଶୀଘ୍ର ସୋସିଆଲ ମିଡିଆରେ ରିଲିଜ କରାଯିବ । ଏ ନେଇ ସୋସିଆଲ ମିଡ଼ିଆରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସେୟାର କରାଯାଇଛି । ଆଉ କ୍ୟାପସନରେ ଲେଖାଯାଇଛି ଯେ, ଏକ ସପନା, ଜିସକା ପିଛା ଦୋ ଦିଲ କର ରହେ ହୈ ।

Comments are closed.