Latest Odisha News

BREAKING NEWS

ଏମକେସିଜି ଛାତ୍ରଛାତ୍ରୀଙ୍କୁ ପଥର ମାଡ, ବୁର୍ଲା ମେଡିକାଲ କଲେଜ ଆଗରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ସମ୍ବଲପୁର: ବୁର୍ଲା ଭିମସାରରେ ମଙ୍ଗଳବାର ଡାକ୍ତରୀ ଛାତ୍ରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଭିମସାରରେ ଚାଲିଥିବା ‘ୟୁଫୋରିଆ’ ବେଳେ ଏହି ସଙ୍ଘର୍ଷ ଘଟିଛି।’ୟୁଫୋରିଆ’ ହେଉଛି ଦୁଇ କଲେଜର କ୍ରୀଡା ଏବଂ ସାଂସ୍କୃତିକ ପ୍ରତିଯୋଗିତା। ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ସମ୍ବଲପୁର ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିବା ଅନୁମାନ କରାଯାଉଛି।

ସଂଘର୍ଷ ସମୟରେ ପଥର ମାଡ଼ ହେବା ସହ ଅନ୍ଯାନ୍ୟ ଜିନିଷ ବ୍ୟବହାର କରାଯାଇଥିଲା। ଏପରିକି ଛାତ୍ରଛାତ୍ରୀ ଭର୍ତ୍ତି ଏକ ବସକୁ ମଧ୍ୟ ବାହାର ପଟୁ ବନ୍ଦ କରି ଦିଆଯାଇଥିଲା। ସେହିପରି ବସ ଭିତରେ ନିଆଁ ଲିଭାଇବାକୁ ବ୍ୟବହାର ହେଉଥିବା ଗ୍ୟାସ ସ୍ପ୍ରେ କରାଯାଇଥିଲା। ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ଘଟଣାରେ କିଛି 9 ଜଣ ଛାତ୍ର ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଭିମସାର ମେଡିକାଲର କର୍ତ୍ତୃପକ୍ଷ ଏହି ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଥିବା ସୂଚନା ରହିଛି। ତେବେ କଲେଜ ଗେଟ୍ ସମ୍ମୁଖରେ ଗଣ୍ଡଗୋଳ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ଫେରାଇ ଆଣିବା ପାଇଁ ଏମକେସିଜି ଡିନ୍ ପଦକ୍ଷେପ ନେଇଛନ୍ତି। ଏଥିସହ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଏମକେସିଜି ଛାତ୍ର ଦେବିତୋଷ କହିଛନ୍ତି, ଚଳିତ ବର୍ଷ ଇଣ୍ଟର ମେଡିକାଲ ଫେଷ୍ଟ ପାଇଁ ଆମ ଛାତ୍ରମାନେ ବୁର୍ଲାରେ ପହଞ୍ଚିଥିଲେ। ବସ୍ କଲେଜରେ ପହଞ୍ଚିବା ପରେ ସେମାନଙ୍କୁ ବାଣ ଫୁଟାଇ ସ୍ୱାଗତ କରାଯାଇଥିଲା। ଯେତେବେଳେ ବସ୍ ଭିତରେ ଆମ ଛାତ୍ରମାନେ ଥିଲେ, ସେତେବେଳେ ବସ୍ ଭିତରେ ମଧ୍ୟ ବିଭିନ୍ନ ସ୍ପ୍ରେ ଗ୍ୟାସ୍ ବ୍ୟବହାର କରାଯାଇଥିଲା। ଆହତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Leave A Reply

Your email address will not be published.