Latest Odisha News

ତାମିଲ ଫିଲ୍ମ ପ୍ରେମରେ ଜାହ୍ନବୀ କାପୁର, ଯିବେ ପଂଜାବ !

ମୁମ୍ବାଇ: ଜାନୁଆରୀ ମାସରେ ପଂଜାବରେ ଡେରା ପକାଇବେ ସ୍ୱର୍ଗତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର । ଏଥିପାଇଁ କାରଣ ସାଜିଛନ୍ତି ଫିଲ୍ମ ନିର୍ମାତା ଆନନ୍ଦ ଏଲ୍ ରୟ । ଖୁବଶୀଘ୍ର ଆନନ୍ଦ ଏକ ତାମିଲ ସୁପରହିଟ୍ ଫିଲ୍ମର ହିନ୍ଦୀ ରିମେକ୍ ଭର୍ସନ ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ ଜାହ୍ନବୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

୨୦୧୮ର ତାମିଲ୍ ସୁପରହିଟ୍ ଫିଲ୍ମ କୋଲାମାଭୁ କୋକିଲା । ଆନନ୍ଦଙ୍କ ପ୍ରଯୋଜନାରେ ଏହି ଫିଲ୍ମର ହିନ୍ଦୀ ରିମେକ୍ ଭର୍ସନର ନିର୍ଦ୍ଦେଶନା ଭାର ସମ୍ଭାଳିବେ ସିଦ୍ଧାର୍ଥ ସେନଗୁପ୍ତା । ତାମିଲ ଫିଲ୍ମର ରିମେକ ଭର୍ସନରେ ଜାହ୍ନବୀଙ୍କୁ ନୟନ୍‌ଥରାଙ୍କ କିର୍ଦାରରେ ଦେଖିବାକୁ ମିଳିବ ।

ଆସନ୍ତା ବର୍ଷ ଜାନୁଆରୀ ୯’ରୁ ଫିଲ୍ମର ସୁଟିଂ ସିଙ୍ଗଲ୍ ସିଡ୍ୟୁଲ୍‌ରେ ଆରମ୍ଭ ହେବାକୁ ଥିବାବେଳେ ମାତ୍ର ୪୫ ଦିନରେ ସମସ୍ତ ସୁଟିଂ ସରିବ । ଏଥିପାଇଁ ପ୍ରଥମେ ପଂଜାବ ଓ ପରେ କାହାଣୀ ଅନୁଯାୟୀ ବିଭିନ୍ନ ରାଜ୍ୟକୁ ଗସ୍ତ କରିବେ ଅଭିନେତ୍ରୀ ଜାହ୍ନବୀ ।

ଅନେକ ଫିଲ୍ମରେ ଜାହ୍ନବୀଙ୍କୁ ମୁଖ୍ୟ ଚରିତ୍ର ମିଳୁଥିବାବେଳେ ଆନନ୍ଦଙ୍କ କ୍ରାଇମ୍ ଥ୍ରୀଲର ଫିଲ୍ମରେ ମଧ୍ୟ ଏହାର ପୁନରାବୃତ୍ତି ହେବ । ତେବେ ଏଥିପାଇଁ ଜାହ୍ନବୀଙ୍କ ପ୍ରତିଭା ନା ପ୍ରଯୋଜକ ତଥା ବାପା ବୋନି କାପୁରଙ୍କ ପ୍ରଭାବ କାମ କରୁଛି, ତାହା ଆପଣ ତର୍ଜମା କରନ୍ତୁ ।

Leave A Reply

Your email address will not be published.