Latest Odisha News

ପରଦାକୁ ଆସିଲା ସୁରେଶ ରାଉତରାୟଙ୍କ ମ୍ୟୁଜିକ ଭିଡିଓ “ରଙ୍ଗବତୀ”

ଭୁବନେଶ୍ୱର: ଚର୍ଚ୍ଚା ହେଉଥିଲା ରାପର୍ ପାଲଟିଥିଲେ କଂଗ୍ରେସ ନେତା ସୁରେଶ ରାଉତରାୟ । ହେଲେ ଖାଲି ରାପିଂ ନୁହଁ ବରଂ ନେତାରୁ ଅଭିନେତା ସାଜିଛନ୍ତି ସୁରେଶ ରାଉତରାୟ । ନିକଟରେ ତାଙ୍କ ମ୍ୟୁଜିକ ଭିଡିଓ ରଙ୍ଗବତୀ ଦର୍ଶକଙ୍କ ସାମ୍ନାକୁ ଆସିଛି । ଏଥିରେ ସୁରେଶ ରାଉତରାୟଙ୍କ ସମେତ କଣ୍ଠଶିଳ୍ପୀ ଭାବନା ଓ ବର୍ଣ୍ଣାଳୀ ହୋତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

Credit: (YouTube, Armaan Music)

ଅର୍ମାନ୍ ମ୍ୟୁଜିକ୍ ବ୍ୟାନର୍ ତଳେ ରିଲିଜ୍ ହୋଇଥିବା ଏହି ମ୍ୟୁଜିକ ଭିଡିଓରେ ରାପ୍ କରିବା ସହ ଅଭିନୟରେ ଧମାଲ ମଚାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଏହି ଗୀତଟିକୁ ଭାବନା ଓ ବର୍ଣ୍ଣାଳୀ ଗାଇଥିଲାବେଳେ ସୁରେଶ ରାଉତାରୟ ରାପିଂ କରିଛନ୍ତି । ଗୀତଟିର ସଙ୍ଗୀତ ନିର୍ଦ୍ଦେଶନା ଜାପାନୀ ଦେଇଥିଲାବେଳେ ଲିରିକ୍ସ ଲାଇନ୍ ସଜାଇଛନ୍ତି ତପୁ ନାୟକ । ସୋସିଆଲ୍ ମିଡିଆରେ ଏହି ଗୀତଟି ଖୁବ ଭାଇରାଲ୍ ହୋଇଥିଲାବେଳେ ସୁରେଶ ରାଉତରାୟଙ୍କ ଏଭଳି ଅବତାର ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇଛି ।

Leave A Reply

Your email address will not be published.