ମୁମ୍ବାଇ: ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମର ଚାହିଦା ବେଶୀ । ୱେବ୍ ସିରିଜ୍ ଏମିତି ଏକ ମାଧ୍ୟମ, ଯାହାଦ୍ୱାରା ଜଣେ ଅଭିନେତା କିମ୍ବା ଅଭିନେତ୍ରୀ ଦର୍ଶକଙ୍କ ନିକଟତର ହୋଇପାରିବ । ଖୁବ୍ଶୀଘ୍ର ଘରେ ଘରେ ସ୍ୱତନ୍ତ୍ର ପରିଚୟ ବି ପାଇପାରିବ । ତେଣୁ ମୁଁ ୱେବ୍ ଦୁନିଆରେ ପାଦ ଦେବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ।
ଜାହ୍ନବୀ ପ୍ରଥମେ ଫିଲ୍ମ ‘ଧଡ଼କ’ରେ ବଲିଉଡ଼ରେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ବଲିଉଡ଼ରେ ଅନେକ ଫିଲ୍ମ କରିବା ସହ ସାଉଥମୁହାଁ ହୋଇଥିଲେ । ଆଗକୁ ତାଙ୍କର ‘ବୱାଲ’ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମଟି ସଫଳତା ପାଇବ ବୋଲି ଆଶା ରଖିଛନ୍ତି ଜାହ୍ନବୀ । ତେବେ ଖୁବ୍ଶୀଘ୍ର ସେ ୱେବ୍ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଲା ।
ନିକଟରେ ଏନେଇ ଜାହ୍ନବୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ପ୍ରଥମେ ମୋର ୱେବ୍ ସିରିଜ୍ରେ ଅଭିନୟ କରିବାକୁ ଆଗ୍ରହ ନ ଥିଲା । ହେଲେ ଏବେ ଏଥିରେ କାମ କରିବାକୁ ନିଷ୍ପତ୍ତି ନେଇଛି । କାରଣ ଡିଜିଟାଲ ପ୍ଲାଟଫର୍ମର ଚାହିଦା ବେଶୀ । ତେଣୁ ମୁଁ ଖୁବ୍ଶୀଘ୍ର ୱେବ୍ ସିରିଜ୍ରେ କାମ କରିବାକୁ ଯାଉଛି ।
Comments are closed.