Latest Odisha News

BREAKING NEWS

୫ ଟି ଫୁଟବଲ୍‌ରେ କୌଶଳ ଦେଖାନ୍ତି ଯୁବକ, ଲୋକେ କରନ୍ତି ପ୍ରଶଂସା

ଜୟପୁର : ସୋସିଆଲ ମିଡ଼ିଆରେ ଆମେ ଅନେକ ଭିଡ଼ିଓ ଦେଖିବାକୁ ପାଇଥାଉ ଯେଉଁଥିରେ, ଲୋକମାନେ ଭିନ୍ନ ଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥାନ୍ତି । ଯାହାକୁ ଦେଖି ଆମେ ବହୁତ ଖୁସି ହେବା ସହ ପ୍ରଶଂସା ବି କରିଥାଉ । ତେବେ ଜୟପୁରର ଜଣେ ଯୁବକ ୫ଟି ବଲରେ ବିଭିନ୍ନ ପ୍ରକାରର କୌଶଳ ଦେଖାଇଥାନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସାଧାରଣତଃ ୟୁରୋପୀୟ ଦେଶ କିମ୍ବା ରିଲ୍ ଏବଂ ୟୁଟ୍ୟୁବରେ ଫୁଟବଲରେ ଭିନ୍ନ ଭିନ୍ନ କୌଶଳ ଦେଖିବାକୁ ମିଳିଥାଏ । କିନ୍ତୁ ରାଜସ୍ଥାନ ଜୟପୁର ହନୁମାନଗଡର ଅମିତ ସୂତାର ମଧ୍ୟ ଏହି କୌଶଳ ଦେଖାଇବାରେ ପୂରା ପାରଙ୍ଗମ । ଅମିତ୍ ହାତ ଏବଂ ପାଦରେ ଏକାସାଙ୍ଗରେ ୫ଟି ଫୁଟବଲ୍ ରଖି ବିଭିନ୍ନ କଳା ଦେଖାଇଥାନ୍ତି । ସେ ଯୁଆଡ଼େ ଯାଆନ୍ତି ସେଠାରେ ନିଜର କଳା ପ୍ରଦର୍ଶନ କରିଥାନ୍ତି । ଯେତେବେଳେ ସେ ଛକ ନିକଟରେ ଠିଆ ହୁଅନ୍ତି, ସମସ୍ତେ ତାଙ୍କର ଏହି କଳା ଦେଖାଇବାକୁ ବାଧ୍ୟ କରିଥାନ୍ତି । ତାଙ୍କର ଏହି କଳାକୁ ଖୁବ୍ ପ୍ରଶଂସା କରନ୍ତି ଲୋକେ ।

କେବଳ ସେତିକି ନୁହେଁ, ଅମିତ ପେନ୍‌ସିଲକୁ ପାଟିରେ ରଖି ଫୁଟବଲକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାହା ଉପରେ ରଖିପାରନ୍ତି । ଏଥିସହ ପେନସିଲ୍ ଉପରେ ଫୁଟବଲକୁ ଘୂରାଇ ବି ପାରନ୍ତି । ଲୋକମାନେ ତାଙ୍କ ଫୁଟବଲ୍ କଳାକୁ ଦେଖି ବହୁତ ଉପଭୋଗ କରିଥାନ୍ତି । ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଅମିତ୍ କହିଛନ୍ତି ଯେ, ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡଧାରୀ ଫ୍ରିଷ୍ଟାଇଲ୍ ଫୁଟବଲର୍ ଏରଲ୍ୟାଣ୍ଡ ଦ୍ୱାରା ପ୍ରଭାବିତ ହୋଇ ସେ ଏପରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେ ବହୁତ ପରିଶ୍ରମ ବି କରିଛନ୍ତି । ତାଙ୍କ ଦକ୍ଷତା ଆଧାରରେ ସେ ଦେଶ ତଥା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଫ୍ରିଷ୍ଟାଇଲ ଫୁଟବଲ ଆସୋସିଏସନର ବିଶ୍ୱ ଚାମ୍ପିୟନଶିପକୁ ମଧ୍ୟ ଯିବାକୁ ଚାହୁଁଛନ୍ତି । ଏହି କଳାକୁ ସେ ଆଗକୁ ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.