Latest Odisha News

BREAKING NEWS

ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ସବୁଠାରୁ ଦାମୀ ମୂର୍ତ୍ତି କେଉଁଠାରେ ଅଛି

ଗଢ଼ବା: ଜନ୍ମାଷ୍ଟମୀ ଅନେକ ସ୍ଥାନରେ ଗତକାଲି ପାଳିତ ହୋଇଯାଇଛି । ଏଥର ୨ ଦିନ ତିଥି ରହିଥିବାରୁ ବୁଧବାର ମଧ୍ୟ କେତେକ ସ୍ଥାନରେ ଏହା ଧୂମଧାମରେ ପାଳିତ ହେଉଛି । ଝାଡଖଣ୍ଡ ଗଢ଼ବା ଜିଲାର ଉଟାରୀରେ ଅଛି ଶ୍ରୀକୃଷ୍ଣଙ୍କ ବଂଶୀଧର ମନ୍ଦିର । କରୋନା ଯୋଗୁ ଏଥର ଏଠାରେ ଜନ୍ମାଷ୍ଟମୀରେ ଭକ୍ତଙ୍କ ପ୍ରବେଶ ମନା ରହିଛି ।ପ୍ରତ୍ୟେକ ବର୍ଷ ପାଖାପାଖି ୧୦ ଲକ୍ଷ ଲୋକ ଏଠାରେ ଠାକୁରଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ।

ଏଠାରେ ଶ୍ରୀକୃଷ୍ଣଙ୍କ ସବୁଠାରୁ ଦାମୀ ଓ ମୂଲ୍ୟବାନ ମୂର୍ତ୍ତି ରହିଛି । ୧୨୮୦ କିଲୋ ସୁନାରେ ନିର୍ମିତ ଏହି ମୂର୍ତ୍ତିର ବର୍ତମାନ ମୂଲ୍ୟ ୭୧୬ କୋଟି ହେବ । ଏହି ମୂର୍ତି ୫ଫୁଟ ମାଟି ତଳେ ରହିଥିବା ବେଳେ ୫ ଫୁଟ ଏହା ଉପରେ ଦୃଶ୍ୟମାନ ହୁଏ ।ଶେଷନାଗ ଉପରେ ଶ୍ରୀକୃଷ୍ଣ ବିରାଜମାନ ଅଛନ୍ତି । ଶେଷନାଗଙ୍କ ବାକି ଅଂଶ ମାଟି ତଳେ ରହିଛି । ବଂଶୀଧର ମନ୍ଦିରର ଲୋକପ୍ରିୟତା ବଢ଼ିବା ଯୋଗୁ ଉଟାରୀରୁ ବଂଶୀଧର ନଗର କରି ଦିଆଗଲା । ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ପାଖରେ ରାଧାଙ୍କର ଏକ ଅଷ୍ଟଧାତୁ ମୂର୍ତ୍ତି ରହିଛି ।

Leave A Reply

Your email address will not be published.