Latest Odisha News

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇ ଆଜି ଧାର୍ଯ୍ୟ ହୋଇଛି ଲଗ୍ନ । ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି ।ସମ୍ବଲପୁର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ପରିସରରେ ଆଜି ଲଗ୍ନ ବାହାର କରଯାଇଛି । ଭଦ୍ରାବମାସ ଶୁକ୍ଳପକ୍ଷ ପଂଚମୀ ତିଥି ସକାଳ ୯ଟା ୩୫ ରୁ ୯ଟା ୫୦ ମଧ୍ୟରେ ନବାନ୍ନ ଲାଗି କରାଯିବ । ମାଆଙ୍କ ପାଖରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ହେବ ବୋଲି ସୂଚନା ମିଳିଛି ।

ତେବେ କରୋନା କଟକଣା ଭିତରେ ଏହି ନୂଆଁଖାଇ ପାଳନ ହେବ । ସବୁଠୁ ଖୁସିର କଥା ହେଉଛି ଯେ, ଜିଲ୍ଲା ପ୍ରଶାସନଙ୍କ ପୂର୍ବ ଘୋଷଣା ଅନୁଯାୟୀ ନୂଆଁଖାଇ ଦିନ ସମ୍ବଲପୁରରେ ସଟଡାଉନ୍ ରହିବ ନାହିଁ । ତେବେ କୋଭିଡ କଟକଣାକୁ ପାଳନ କରି ଏହି ଗଣପର୍ବ ଅନୁଷ୍ଠିତ ହେବ ।

Leave A Reply

Your email address will not be published.