ଟୋକିଓ: ଆର୍ଟିଫିସିଆଲ ଇଂଟେଲଜେନ୍ସିକୁ ନେଇ ବିଶ୍ୱର ବିଭିନ୍ନ ଦେଶ ଅନେକ ପ୍ରକାରର ପରୀକ୍ଷଣ କରିବାରେ ଲାଗିଛନ୍ତି । ଏବେ ଜାପାନରେ ଏଆଇ ଡଗ ବେଶ ଲୋକପ୍ରିୟତା ହାସଲ କରୁଛି । ଗୃହପାଳିତ ପଶୁ ରଖୁଥିବା ଲୋକମାନେ ଏବେ ଏଥିପ୍ରତି ମନ ବଳାଇଛନ୍ତି । ରୋବୋଟକୁ ଏଆଇ ଦ୍ୱାରା ପରିଚାଳିତ କରାଯିବ ସହ ଏହାର ଆକୃତି ମଧ୍ୟ ବିଲେଇ ଓ କୁକୁର ପରି ରଖାଯାଇଛି । ଘରେ ମଧ୍ୟ ଏହି ଏଆଇ ଡଗର ବ୍ୟବହାର ସତ ପୋଷା କୁକୁର କିମ୍ବା ବିଲେଇ ପରି ରହୁଛି । ଗତ ବର୍ଷ ନଭେମ୍ବରରେ ଏହାକୁ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା । ରୋବୋଟକୁ ମୁଲାୟମ କପଡା ଏବଂ ଅନ୍ୟ ପଦାର୍ଥରେ ଏ ଭଳି ପ୍ରସ୍ତୁତ କରାଯାଉଛି ଯେ, ଯାହାକୁ ଆଉଁସିଲେ ପୋଷା କୁକୁର ଭଳି ମନେ ହେବ ।
ଏହି ଏଆଇଡଗକୁ ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କ ସହିତ ପରିଚିତ କରାଯିବା ପରେ ସେ ଏହାକୁ ମନେ ରଖୁଛି । କୌଣସି ବିପଦ ଆସିଲେ ଏହା ତାର ମାଲିକଙ୍କୁ ଆଗୁଆ ସତର୍କ କରାଇ ପାରୁଛି ।ତେବେ ପ୍ରକୃତି ଓ ପ୍ରାଣୀପ୍ରେମୀମାନେ ଏହାକୁ ବିରୋଧ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ କୃତ୍ରିମ ପରିବେଶରେ ରହିବା ଆଗାମୀ ଦିନରେ ଭୟଙ୍କର ବିପଦକୁ ଡାକି ଆଣିବ । ଆମେ ଯେତେ ପ୍ରାକୃତିକ ପରିବେଶରେ ରହିବା ଭବିଷ୍ୟତ ସେତେ ସୁରକ୍ଷିତ ରହିବ ।
Comments are closed.