Latest Odisha News

BREAKING NEWS

ଜାପାନରେ ୨୦୦ରୁ ଅଧିକ ଗଣେଶ ମନ୍ଦିର, ହେଲେ କାଠ ବାକ୍ସରେ ଆବଦ୍ଧ ମୂର୍ତ୍ତୀ !

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓ । ହଜାରହଜାର ବର୍ଷ ପୂର୍ବରୁ ଏଠି ଅନେକ ଗଣେଶ ମନ୍ଦିର ସ୍ଥାପନ ହୋଇଥିଲା । ପଢି ତାଜୁବ ହେଉଥିବ ନିଶ୍ଚୟ । କଥାଟି ମନରେ କୌତୁହଳ ସୃଷ୍ଟି କରୁଥିଲେ ବି ସତ । ହେଲେ ଏଠି ଏମିତି ଏକ ଗଣେଶ ମନ୍ଦିର ରହିଛି ଯେଉଁଠି ଭଗବାନ ଗଣେଶଙ୍କୁ ଏକ କାଠ ବାକ୍ସ ଭିତରେ ଲୁଚାଇ ରଖି ପୂଜା କରାଯାଏ ।

ଇତିହାସରୁ ଜଣାପଡେ ଏହି ଗଣେଶ ମନ୍ଦିରଟି ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ । ତେବେ ଏଠି ଗଣେଶଙ୍କୁ ଜାପାନୀ ଭାଷାରେ ମାସୁଚିୟାମା ସୋତେନ କୁହାଯାଇଥାଏ । ତନ୍ତ୍ରମନ୍ତ୍ରରେ ବିଶ୍ୱାସ ରଖୁଥିବା ବୌଦ୍ଧଧର୍ମୀମାନେ ହିଁ ଜାପାନରେ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

କାହିଁକି ଜାପାନରେ ପୂଜିତ ଭଗବାନ ଗଣେଶ ?

ଅନେକ ଅନୁସନ୍ଧାନ ପରେ ଜଣାପଡିଛି ଅଷ୍ଟାଦଶ ଶତାବ୍ଦୀରେ ଜାପାନର ଲୋକେ ପ୍ରଭୁ ଗଣେଶଙ୍କୁ ପୂଜା କରିବା ତଥା ବିଶ୍ୱାସ କରିବା ଆରମ୍ଭ କରିଥିଲେ । ଏପରିକି ଟୋକିଓରେ ବୌଦ୍ଧଧର୍ମୀଙ୍କର ଏପରି ଏକ ସଙ୍ଗଠନ ରହିଛି । ଯେଉଁଠି ବୌଦ୍ଧଧର୍ମୀ ଓ ତନ୍ତ୍ରମନ୍ତ୍ରରେ ବିଶ୍ୱାସ ରଖୁଥିବା ଲୋକେ ସାମିଲ ଅଛନ୍ତି । ଏହି ସଙ୍ଗଠନର ଲୋକେ ହିଁ ଓଡିଶାକୁ ଆସିଥିଲେ । ପରେ ଚାଇନା ଦେଇ ଜାପାନକୁ ଫେରିଥିଲେ ।

ଜାପାନରେ ଭଗବାନ ଗଣେଶଙ୍କୁ ଜଣେ ଶକ୍ତିଶାଳୀ ଦେବତା ରୂପେ ତନ୍ତ୍ରମନ୍ତ୍ର ସହାୟତାରେ ବିଶେଷ ଶୈଳୀରେ ପୂଜା କରାଯାଇଥାଏ । ଏହି ଧାରାରେ ଜାପାନରେ ଭଗବାନ ଗଣେଶଙ୍କ ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କର ସଂଖ୍ୟା ବି ବଢିବାରେ ଲାଗିଛି । ତାଜା ସ୍ଥିତିରେ ଜାପାନରେ ୨୫୦ଟି ଗଣେଶ ମନ୍ଦିର ରହିଛି । ଏଠି ଲୋକେ ଗଣେଶଙ୍କୁ ମନ୍ଦିରକୁ କାଙ୍ଗିତେନ୍ ଭାବେ ନାମିତ କରିଛନ୍ତି ।

ତାନ୍ତ୍ରିକ ବୁଦ୍ଧ ଧର୍ମରେ ବର୍ଣ୍ଣନା ଅନୁସାରେ ଭଗବାନ ଗଣେଶଙ୍କୁ ଏକ ମାଇ ହାତୀ ସହ ସ୍ଥାପନା କରାଯାଇଛି । ଯାହାକୁ ଶକ୍ତି ରୂପେ ବିବେଚନା କରାଯାଇଛି । ଏହି ମୂର୍ତ୍ତୀ ପୁରୁଷ ଓ ମହିଳାଙ୍କ ମିଳନରେ ଉତ୍ପନ୍ନ ହୋଇଥିବା ଉର୍ଜାର ପ୍ରତୀକ ସାଜିଛି । ତେବେ ଏହି ବିଶେଷ ଧରଣର ମୂର୍ତ୍ତୀଟି ଦେଖିବାକୁ ସାମାନ୍ୟ ଅଶ୍ଳୀଳ ହୋଇଥିବାରୁ ଏହାକୁ ଏକ ସୁନ୍ଦର କାଠ ବାକ୍ସ ମଧ୍ୟରେ ରଖି ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା କରାଯାଇଥାଏ । ବିଶେଷ ଉତ୍ସବରେ ଏହି ମୂର୍ତ୍ତୀକୁ କାଠ ବାକ୍ସରୁ ବାହାର କରାଯାଇ ସର୍ବସାଧାରଣରେ ପୂଜାର୍ଚ୍ଚନା କରାଯାଇଥାଏ ।

ଜାପାନରେ ଥିବା ସର୍ବବୃହତ ଗଣେଶ ମନ୍ଦିରର ନାମ ହେଉଛି ମାଉଣ୍ଟ ହିକୋମୋ ବା ହୋଜାନ୍‌-ଜି । ଏହି ମନ୍ଦିର କେବେ ନିର୍ମାଣ ହୋଇଥିଲା ସେ ନେଇ ଏବେ ବି ତର୍କ ଜାରି ରହିଛି । ତେବେ ଏଠି ଶହଶହ ଲୋକ ଏକାଠି ହୋଇ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ସହ ଦାନ ଦକ୍ଷିଣା ମଧ୍ୟ ଦେଇଥାନ୍ତି ।

Leave A Reply

Your email address will not be published.