Latest Odisha News

BREAKING NEWS

ରାଜନୀତି ମୈଦାନକୁ ଓହ୍ଲାଇଲେ ବିହାରୀ ବାବୁଙ୍କ ପୁଅ

ପାଟନା: ବିହାର ନିର୍ବାଚନ ଯେତେ ପାଖେଇ ଆସୁଛି ଏଥିପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ବଲିଉଡର ପ୍ରତିଷ୍ଠିତ ଅଭିନେତା ତଥା ବିହାରୀ ବାବୁ ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନା ରାଜନୀତି ମୈଦାନରେ ନିଜ ଭାଗ୍ୟ ପରଖି ସାରିଛନ୍ତି । ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । ଏଥର ବିହାର ନିର୍ବାଚନରେ ସେ ତାଙ୍କ ପୁତ୍ର ଲଭ ସିହ୍ନାଙ୍କୁ ଛିଡା କରାଇବା ପାଇଁ ନିଷ୍ପତି ନେଇ ସାରିଛନ୍ତି । ରିପୋର୍ଟ ମୁତାବକ ଲଭ୍ ପାଟନାର ବାଙ୍କିପୁର ଆସନରୁ ନିର୍ବାଚନ ଲଢ଼ିବେ । କଂଗ୍ରେସ ଏଥିପାଇଁ ତାଙ୍କୁ ଟିକେଟ ପ୍ରଦାନ କରିସାରିଛି ।

ପୂର୍ବରୁ ଶତ୍ରୁଘ୍ନ ପାଟନା ସାହିବ ସଂସଦୀୟ ଆସନରୁ ବିଜେପି ଟିକେଟରେ ଦୁଇ ଥର ଜିତିଥିଲେ । ପରେ ସେ ବିଜେପି ଛାଡି କଂଗ୍ରେସରେ ମିଶିଥିଲେ । ଗତ ଲୋକସଭା ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ । ଏଥର ପୁଅ ମାଧ୍ୟମରେ ସେ ପରୋକ୍ଷରେ ତାଙ୍କ ରାଜନୈତିକ ଦବଦବା ବଜାୟ ରଖିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.