ନୂଆଦିଲ୍ଲୀ: ପସ୍ତେଇବ ଆମେରିକା । ଭାରତ ଉପରେ ଶୁଳ୍କ ଓଲଟା ଭାରୀ ପଡିବ । ସବୁ ପ୍ରସ୍ତୁତି କରିସାରିଲାଣି ଭାରତ । ଆମେରିକା ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ୨୧ଶ ଶତାବ୍ଦୀର ଭାରତର ଭବିଷ୍ୟତକୁ ନୂତନ ପଥରେ ଅଗ୍ରସର କରିବା ଆରମ୍ଭ କରିଛି। ଭାରତ ଆଗାମୀ ଦଶନ୍ଧିକୁ ଦୃଷ୍ଟିରେ ରଖି ଜାପାନ ସହିତ ୨୧ଟି ପ୍ରମୁଖ ଚୁକ୍ତି କରିଛି। ଯାହା ଆମେରିକାକୁ ବଡ ଝଟକା । ଶୁଳ୍କ ଯୁଦ୍ଧ ସହିତ ଭାରତକୁ ସାବାଡ୍ କରିବାର ଯୋଜନା କରିଥିବା ଆମେରିକା ରାଷ୍ଟ୍ରପତି ଏବେ ଜାପାନ ଭାରତ ଚୁକ୍ତି ନେଇ ଚିନ୍ତାରେ । ଭାରତ ସହିତ ସମ୍ପର୍କ ନଷ୍ଟ କରିବାର ଭୁଲ ପାଇଁ ସେ ନିଶ୍ଚିତ ଭାବରେ ଅନୁତାପ କରିବ। କାରଣ ଯଦି ଭାରତ ସହିତ ଏହାର ସମ୍ପର୍କ ଭଲ ହୋଇଥାନ୍ତା, ତେବେ ୱାଶିଂଟନ ସହିତ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ହୋଇପାରିଥାନ୍ତା, ଯାହା ଆମେରିକାକୁ ମଧ୍ୟ ଲାଭ ଦେଇଥାନ୍ତା। କିନ୍ତୁ ଆମେରିକା ନିଜେ ଭାରତ ଭଳି ବିଶ୍ୱର ସର୍ବବୃହତ ବଜାରରେ ଉଚ୍ଚତା ଛୁଇଁବାର ସୁଯୋଗ ହରାଇଛି।
ଜାପାନ ସହ ଏହି ସବୁ ଚୁକ୍ତି କଲା ଭାରତ….
ଜାପାନ ସହ ୨୧ଟି ଦ୍ୱିପାକ୍ଷିକ ଚୁକ୍ତିନାମା ୨୧ଶ ଶତାବ୍ଦୀର ନୂତନ ଭାରତର ବିକାଶ କାହାଣୀ ଲେଖିବାକୁ ଯାଉଛି । ଯେଉଁଥିରେ ଭାରତ-ଜାପାନ ମାନବ ସମ୍ବଳ ବିନିମୟ ପାଇଁ କାର୍ଯ୍ୟ ଯୋଜନାଠାରୁ ଆରମ୍ଭ କରି ଚନ୍ଦ୍ରାୟଣ-୫ ପାଇଁ ଇସ୍ରୋ ଏବଂ ଜାକ୍ସାର ସମନ୍ବୟ, ସ୍ୱଚ୍ଛ ହାଇଡ୍ରୋଜେନ୍ ଏବଂ ଆମୋନିଆ, ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଜାପାନର ଶିକ୍ଷା, ସଂସ୍କୃତି, କ୍ରୀଡା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (MEXT) ମନ୍ତ୍ରଣାଳୟ ମଧ୍ୟରେ ମିଳିତ ଉଦ୍ଦେଶ୍ୟ ବିବୃତ୍ତି, ଲକ୍ଷ ଲକ୍ଷ ନିଯୁକ୍ତି, କୃତ୍ରିମ ବୁଦ୍ଧିମତ୍ତା (AI), ସେମିକଣ୍ଡକ୍ଟର୍, ଭାରତ ଏବଂ ଜାପାନର କାନସାଇ ଏବଂ କ୍ୟୁଶୁ ଅଞ୍ଚଳ ମଧ୍ୟରେ ବାଣିଜ୍ୟ, ଜନସମ୍ପର୍କ ଏବଂ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟବସାୟିକ ମଞ୍ଚ ପ୍ରତିଷ୍ଠା କରିବା ଭଳି ବିଭିନ୍ନ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି ଉଭୟ ଦେଶ । ଏଥିସହିତ ଜାପାନ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୁଶଳୀ ଏବଂ ଅର୍ଦ୍ଧ-କୁଶଳୀ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବ।
କାହିଁକି ଚିନ୍ତାରେ ଆମେରିକା?
ଜାପାନ୍ ଭାରତରେ ୧୦ ଟ୍ରିଲିୟନ ୟେନ ଅର୍ଥାତ୍ ପ୍ରାୟ ୬୮ ବିଲିୟନ ଡଲାର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଏସିଆରେ, ଭାରତ ଏବଂ ଜାପାନ ଉଭୟ ଏପର୍ଯ୍ୟନ୍ତ ଆମେରିକାର ଘନିଷ୍ଠ ସହଯୋଗୀ ହୋଇଆସିଛନ୍ତି, କିନ୍ତୁ ଏବେ ଭାରତ ଏବଂ ଜାପାନ ମଧ୍ୟରେ ଏକ ସ୍ୱାଧୀନ ଏବଂ ଦ୍ୱିପାକ୍ଷିକ ରଣନୈତିକ ସହଭାଗୀତା, ଆମେରିକାକୁ ସଙ୍କେତ ଦେଇଛି ଯେ ଉଭୟ ଦେଶ ଏବେ ଆମେରିକାଠାରୁ ଦୂରରେ ସେମାନଙ୍କର ସ୍ୱାଧୀନ ଭୂମିକା ନିର୍ଣ୍ଣୟ କରୁଛନ୍ତି । ଏପରି ପରିସ୍ଥିତିରେ, ଚୀନ୍ ସହିତ ଆମେରିକାର ପ୍ରତିଦ୍ୱନ୍ଦ୍ୱିତା ଏବଂ ଚୀନ୍ ଉପରେ ଏଲହାର ଦବଦବା ହ୍ରାସ ପାଇବ । ବିଶେଷକରି ତାଇୱାନରେ, ଏବେ ଚୀନ୍ ସମ୍ମୁଖରେ ଆମେରିକାର ରଣନୈତିକ ପକ୍ଷ ଦୁର୍ବଳ ହୋଇପାରେ। ଭାରତ-ଜାପାନର ସୁରକ୍ଷା ସହଭାଗୀତା ଏବଂ ସୁରକ୍ଷା ସହଯୋଗ ଉପରେ ମିଳିତ ଘୋଷଣାନାମା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ସେମାନେ ଚୀନ୍ ବିରୁଦ୍ଧରେ ସେମାନଙ୍କର ରଣନୈତିକ ସ୍ଥିତିକୁ ମଜବୁତ କରୁଛନ୍ତି, କିନ୍ତୁ ଏହା ସବୁ ଆମେରିକାର ପ୍ରତ୍ୟକ୍ଷ ଉପସ୍ଥିତି ବିନା ଘଟୁଛି। ଏହା ୱାଶିଂଟନର ଚୀନ୍-ଘେରାବନ୍ଦୀ ରଣନୀତିରେ ଏକ ଭିନ୍ନ ଧାରା ସୃଷ୍ଟି କରିବ । ଯାହା ଟ୍ରମ୍ପ ସରକାରଙ୍କ ପାଇଁ ଏକ ବଡ଼ ଝଟକା । କାରଣ ଏଆଇ ଠାରୁ ଡିଜିଟାଲ୍ ସହଭାଗୀତା ପର୍ଯ୍ୟନ୍ତ, ହାଇଡ୍ରୋଜେନ୍ ଏବଂ ସେମିକଣ୍ଡକ୍ଟର୍ ଭଳି କ୍ଷେତ୍ରରେ ଆମେରିକା ବଦଳରେ ଏବେ ଜାପାନକୁ ପ୍ରାଥମିକତା ଦେବ ଭାରତ ।
କ୍ୱାଡରେ ହ୍ରାସ ପାଇବ ଆମେରିକାର ପ୍ରାଧାନ୍ୟ
କ୍ୱାଡରେ ଆମେରିକାର ପ୍ରାଧାନ୍ୟ ଏବେ ଚୀନ୍ ବିରୁଦ୍ଧରେ ହ୍ରାସ ପାଇପାରେ। କାରଣ ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ଏବେ ମିଳିତ ଭାବେ ଆମେରିକୀୟ ଶୁଳ୍କ ବିରୁଦ୍ଧରେ ଏକତ୍ରିତ ହୋଇପାରିନ୍ତି । ଯାହା ଚୀନ୍ ର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବା ପାଇଁ ଆମେରିକାର ରଣନୀତିକୁ ଏକ ଶକ୍ତ ଧକ୍କା ହେବ । ଅନ୍ୟପଟେ ଏବେ ଏବେ ଭାରତର ପ୍ରଧାମନ୍ତ୍ରୀ ମୋଦି ଉଭୟ ଚୀନ ଏବଂ ରଷ ସହିତ ମଧ୍ୟ ସମ୍ପର୍କ ଦୃଢ କରୁଛନ୍ତି । ଯାହା ଆମେରିକା ରଣନୀତିକୁ ଭାରୀ ପଡିବ ।
Comments are closed.