Latest Odisha News

BREAKING NEWS

ରିଙ୍ଗରେ ଅଘାତ ପାଇଥିବା ସୁମୋ ରେସଲର ହିବିକ୍ରିୟୁଙ୍କ ପରଲୋକ

ଟୋକିଓ: ଜାପାନରେ ଲୋକପ୍ରିୟ ସୁମୋ ତାରକା ମିତସୁକି ଆମାନୋଙ୍କ ୨୮ ବର୍ଷ ବୟସରେ ପରଲୋକ ହୋଇଛି । ସୁମୋ ଫିଲ୍ଡରେ ହିବିକ୍ରିୟୁ ଭାବେ ପରିଚିତ ଏହି ରେସଲର ମାର୍ଚ୍ଚ ୨୮ରେ ବାଉଟ ବେଳେ ଆଘାତ ପ୍ରାପ୍ତ ହୋଇଥିଲେ । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଳେ କଚାଡି ଦେବା ବେଳେ ତାଙ୍କ ମୁଣ୍ଡ ମାଡ ହୋଇ ଯାଇଥିଲା ।

ସେ ସେଠାରେ ପଡି ରହିଥିଲେ ମଧ୍ୟ ସଙ୍ଗେ ସଙ୍ଗେ ଚିକିତ୍ସା ବ୍ୟବସ୍ଥା କରାଯାଇ ପାରି ନ ଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଶେଷରେ ସେ ତାଙ୍କ ପ୍ରଶଂସକଙ୍କୁ ଛାଡି ଚାଲି ଯାଇଥିଲେ ।

Leave A Reply

Your email address will not be published.